Latest Odisha News

BREAKING NEWS

୧୩ ବର୍ଷର ବରକୁ ୧୨ ବର୍ଷର କନ୍ୟା, ବିବାହ ନକଲେ ପାଠ ପଢିବିନି ବୋଲି କଲେ ଜିଦ୍, ଶେଷରେ…

ନୂଆଦିଲ୍ଲୀ: ଦେଶ ତଥା ବିଶ୍ଵରେ ବାଲ୍ୟ ବିବାହକୁ ଅଟକେଇବାକୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ବର୍ତ୍ତମାନର ସମୟ ଏପରି ଯେ ଆଜି କାଲିର ୧୪/୧୫ ବର୍ଷର ବାଳକ ବାଳିକା ନିଜ ଇଚ୍ଛାରେ ବିବାହ କରୁଛନ୍ତି । ଏହା ପଛରେ କୌଣସି ପରିବାର ସଦସ୍ୟଙ୍କ ହାତ ନାହିଁ ବରଂ ଏହା ପଛର ସବୁଠାରୁ ବଡ କାରଣ ହେଉଛି ପ୍ରେମ । ପ୍ରେମ ବର୍ତ୍ତମାନ ଯୁବପିଢିଙ୍କୁ ଏମିତି ମତୁଆଲା କରୁଛି ଯେ ବୟସର କୌଣସି ତଳମେଳ ନଥାଇ ମଧ୍ୟ ବହୁ କମ୍ ବୟସରେ ପିଲା ମାନେ ପରିବାରର ବିନା ଇଚ୍ଛାରେ ଘରୁ କେଉଁ ଆଡେ ପଳାଇ ବିବାହ କରୁଛନ୍ତି ତ ପୁଣି କିଏ ବିବାହରେ ପରିବାର ରାଜି ନହେବାରୁ ଆତ୍ମହତ୍ୟା ପରି ନିଷ୍ପତି ନେଉଛନ୍ତି । ବୟସ ନହେଇ ମଧ୍ୟ ସେମାନେ ବିବାହ କରୁଛନ୍ତି ।

ତେବେ ଆଜି ମଧ୍ୟ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ସେମାନଙ୍କର ପୁରୁଣା ପରମ୍ପରା ଅନୁଯାୟୀ ବିବାହର ବୟସ ଏବଂ ରୀତିନୀତି ସ୍ଥିର କରିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ କହିବେ କଣ ଏମିତି କିଏ କରେ? ଜଣେ ନାବାଳକର ଜିଦିରେ ପରିବାର ଲୋକ ନାବାଳକକୁ ବିବାହ କରିଦେଇଛନ୍ତି । ସେ ବି ମାତ୍ର ୧୩ବର୍ଷ ବୟସରେ । ଏହି ବିବାହ ଘଟଣା ପାକିସ୍ତାନର । ପାକିସ୍ତାନରେ ଜଣେ ୧୩ବର୍ଷ ବାଳକ ସହ ଜଣେ ୧୨ବର୍ଷର ବାଳିକାର ବିବାହ କାର୍ଯ୍ୟକ୍ରମ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଭିଡିଓଟି  ସଲାମ ପାକିସ୍ଥାନ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି। ଯେଉଁଥିରେ ଜଣେ ୧୩ ବର୍ଷର ବାଳକ ବର ହୋଇଥିବା ଦେଖିବାକୁ ମିଳିଛି । ସେହିପରି କନ୍ୟାକୁ ମାତ୍ର ୧୨ ବର୍ଷ । ତେବେ ଭିଡିଓ ପଛରେ ଥିବା କାହାଣୀ ଶୁଣି ଆପଣ ଚକିତ ହୋଇଯିବେ । ବାସ୍ତବରେ ଉକ୍ତ ନାବାଳକ ଜଣଙ୍କ ତାଙ୍କ ବାପା-ମା’ଙ୍କ ପାଖରେ ସର୍ତ୍ତ ରଖିଛି ଯେ, ଯେଉଁ ପର୍ଯ୍ୟନ୍ତ ତାର ବିବାହ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ପାଠ ପଢିବ ନାହିଁ । ଶେଷରେ ପରିସ୍ତିତି ଏପରି ହେଲା ଯେ, ବାଧ୍ୟ ହୋଇ ନାବାଳକର ପରିବାର ଲୋକେ ଶିଶୁର ଜିଦ୍ ଆଗରେ ଆତ୍ମସମର୍ପଣ କରିଥିଲେ । ଏବଂ ନାବାଳକର ପ୍ରେମିକା ସହ ତା’ର ବିବାହ କରିଥିଲେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ବିବାହ ପାଇଁ ଜଣେ ପୁଅର ବୟସ ୧୮ ବର୍ଷ ଓ ଝିଅର ବୟସ ୧୬ବର୍ଷ ହେବା ଆବଶୂକ । ଏହା ଜଣିବା ସତ୍ତ୍ଵେ ମଧ୍ୟ ନାବାଳକର ପରିବାର ଲୋକେ ପୁଅର ଜିଦ୍ ପାଇଁ ତାଙ୍କୁ ବିବାହ କରିଥିଲେ । ସେପଟେ ପରିବାର ଲୋକଙ୍କ କହିବା ଅନୁସାରେ, ବର୍ତ୍ତମାନ ତାଙ୍କର ପୁରା ନୀତିନିୟମ ଅନୁସାରେ ନିର୍ବନ୍ଧ କରାଯାଇଛି । ଖୁବ୍ ଶିଘ୍ର ସେମାନଙ୍କର ବିବାହ କରାଯିବ ।

 

 

 

Leave A Reply

Your email address will not be published.