Latest Odisha News

BREAKING NEWS

ରାଜସ୍ଥାନରେ ପୋଲିସ ବିଭାଗରେ ହେଲା ଭିନ୍ନ ଧରଣର ବଦଳି, କର୍ମୀଙ୍କ ସହ କୁକୁରକୁ ମଧ୍ୟ କରାଗଲା ବଦଳି

ଉଦୟପୁର: ସଧାରଣତଃ ଚାକିରୀ କ୍ଷେତ୍ରରେ ସରକାରୀ ଅଫିସର କିମ୍ବା ଅଧିକାରୀଙ୍କର ଟ୍ରାନ୍ସଫର ବା ବଦଳି ହୋଇଥାଏ ହେଲେ ଆପଣ କେବେ ଶୁଣିଛନ୍ତି କି ଏକ କୁକୁରର ବଦଳି ହେବା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଉଦୟପୁରରୁ । CID ରେ ସେବା କରୁଥିବା ଏକ କୁକୁରକୁ ବଦଳି କରାଯାଇଛି ।

ଖବର ମୁତାବକ, ବର୍ତ୍ତମାନ ଉଦୟପୁର ଜିଲ୍ଲାର ଅନେକ ପୋଲିସ ଷ୍ଟେସନରେ ଥାନାଧ୍ୟକ୍ଷ ଠାରୁ ଆରମ୍ଭ କରି କନଷ୍ଟେବଳ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳି କରାଯାଉଛି । ଏହା ମଧ୍ୟରେ ଏକ ଅଜବ ଟ୍ରାନ୍ସଫର ଅର୍ଡର ସାମ୍ନାକୁ ଆସିଥିଲା । ଏହି ଅର୍ଡର ଥିଲା ମେରୀ ନାମକ ଏକ କୁକୁର ନାଁ ରେ । ଯିଏ ଉଦୟପୁର ଜିଲ୍ଲାର CID ରେ ଡ୍ରଗ୍ ସ୍କ୍ବାଡ୍ ବିଭାଗରେ ନିୟୋଜିତ ଅଛି । ଏହି କାରଣରୁ ତାର ମଧ୍ୟ ବଦଳି ହେବା ନେଇ ଆଦେଶ ଜାରି କରାଯାଇଛି ଏବଂ ମେରୀକୁ ଭରତପୁର ଜିଲ୍ଲାରେ ପୋଷ୍ଟିଂ କରାଯାଇଛି ।

ମେରୀ ବିସ୍ଫୋରକ ମାମଲାରେ ଏକ୍ସପର୍ଟ ଅଟେ । ଅନେକ ଅପରାଧୀକ ମାମଲାର ପର୍ଦ୍ଦାଫାସ କରିବାରେ ମେରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁକୁର ମେରୀ ସହିତ ଏହାର ହ୍ୟାଣ୍ଡେଲର୍ ଙ୍କୁ ମଧ୍ୟ ଭରତପୁର ଜିଲ୍ଲାକୁ ବଦଳି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା CID ଦଳର ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ମେରୀ କୁ ଭରତପୁର ସିଆଇଡିରେ ପୋଷ୍ଟିଂ କରାଯିବ । ଜଣେ ପୋଲିସକର୍ମୀ ପରି ଏଠାରେ କରିଥିବା ସମାନ କର୍ତ୍ତବ୍ୟ ସେ ସେଠାରେ ମଧ୍ୟ କରିବ ।

ମେରୀ ର ବଦଳି ହେବା ନେଇ ଆଦେଶ ଆସିବା ପରେ ତାକୁ ଅନ୍ୟ ପୋଲିସକର୍ମୀଙ୍କ ପରି ବିଦାୟ ଦିଆଯାଇଥିଲା । ମେରୀକୁ ଫୁଲରେ ସଜ୍ଜିତ କରାଯାଇଥିଲା । ଏହି ଅବସରରେ କୁକୁର ସ୍କ୍ବାଡ୍ ଟିମ୍ ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି । ଟିମ୍ ପକ୍ଷରୁ କୁହାଯାଇଛି ଯେ, ମେରୀ ଜାନୁଆରୀ ୧ ତାରିଖ ୨୦୧୬ ରେ ଜନ୍ମ ହୋଇଥିଲା ।

ମେରୀ ହେଉଛି କେନଲ କ୍ଲବ ଅଫ୍ ଇଣ୍ଡିଆନ୍ ରେ ପଞ୍ଜୀକୃତ ଏକ କୁକୁର ଅଟେ । ସେ ଏକ ରିଟ୍ରିଭର ଲାବ୍ରାଡୋର ପ୍ରଜାତି ଅଟେ ଏବଂ ମେରୀ ବହୁତ ଦକ୍ଷ ଅଟେ । ସେ ଟ୍ରେନିଂ ସେଣ୍ଟର ପଞ୍ଚକୁଲା, ହରିୟାଣା ITBP ରୁ ତାଲିମ ପ୍ରାପ୍ତ ଅଟେ । ବ୍ୟାଚ୍ -୨୦୧୬ ରେ ବିସ୍ଫୋରକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ମେରୀ । ମେରୀ ଉଦୟପୁରରେ ଆଠ ବର୍ଷ ଧରି ବିଭାଗରେ କାର୍ଯ୍ୟ କରିଥିଲା । ତେବେ ଏହା ମେରୀର ପ୍ରଥମ ପୋଷ୍ଟିଂ ଥିଲା ଏବଂ ତାଙ୍କୁ ପ୍ରଥମ ଥର ପାଇଁ ବଦଳି କରାଯାଇଛି ।

Leave A Reply

Your email address will not be published.