Latest Odisha News

BREAKING NEWS

ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୟରାମ ସମେତ ଟଳିଲେ ୧୪ ନକ୍ସଲ 

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା। ମିଳିତ ବାହିନୀର ନକ୍ସଲ ବିରୋଧୀ ଅପରେସନରେ ସଫା ହୋଇଛନ୍ତି ୧୪ ମାଓବାଦୀ। ମାଓ ଅପରେସନରେ ଏଯାଏଁ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ତେବେ ସବୁଠୁ ବଡ଼ ସଫଳତା ହେଉଛି, ଏନ୍‌କାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାର ଶୀର୍ଷ ନକ୍ସଲ କମାଣ୍ଡର, ଜୟୀରାମ ଓରଫ ଚଲପଥି ମଧ୍ୟ ନିହତ ହୋଇଛି। ଏନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ମୃତ ଜୟୀରାମ ଓଡ଼ିଶା କ୍ୟାଡର ସେଣ୍ଟ୍ରାଲ କମିଟି ସଦସ୍ୟ ରହିଥିଲା। ଆଉ ନକ୍ସଲ ଅପରେସନ ଇତିହାସରେ ସିସି ସଦସ୍ୟ ନିପାତ ହେବା ପ୍ରଥମ ଘଟଣା। ତେଣୁ ଏଥିରେ ସୁରକ୍ଷା କାଇଙ୍କୁ ବଡ଼ ସଫଳତା ମିଳିଛି।

ଅନ୍ୟପଟେ ୨୦୨୬ ମାର୍ଚ୍ଚ ସୁଦ୍ଧା ସାରା ଦେଶ ନକ୍ସଲ ଶୂନ୍ୟ ହେବା ସରକାରଙ୍କ ଲକ୍ଷ୍ୟ ରହିଥିବା ବେଳେ ଜୟୀରାମ ନିପାତ ଘଟଣାକୁ ବଡ଼ ସଫଳତା କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ନକ୍ସଲମୁକ୍ତ ଭାରତ ପାଇଁ ଆମ ସୁରକ୍ଷାକର୍ମୀ ଉଦ୍ୟମ ପ୍ରଶଂସନୀୟ ବୋଲି ଶାହ କହିଛନ୍ତି।

ଓଡିଶାର ନୂଆପଡ଼ା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ନେଇ ଜାଣିପାରିଥିଲେ ମାଓବାଦୀ । ଏହାପରେ ଗତକାଲି ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ମହିଳା ମାଓବାଦୀ ନିହତ ହୋଇଥିଲେ।

Comments are closed.