Latest Odisha News

BREAKING NEWS

ସିଏଏରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି । ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ଡିସେମ୍ବର ୨୦୧୯ ରେ ସିଏଏ ପ୍ରଣୟନ କରାଯାଇଥିଲା। ତେବେ ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ।

ସେସବୁ ପ୍ରସ୍ତୁତ ହୋଇଯିବା ପରେ ଗତ ମାର୍ଚ୍ଚ ୧୧ ତାରିଖରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଆଇନ ଅନୁସାରେ ପାକିସ୍ତାନ, ବାଂଲାଦେଶ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅଣମୁସଲିମଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।ତେବେ ଆଜି ଅର୍ଥାତ ବୁଧବାର ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା ପ୍ରମୁଖ କଥାଗୁଡ଼ିକ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ।

 

Leave A Reply

Your email address will not be published.