Latest Odisha News

BREAKING NEWS

କଟକରେ ପାଓ୍ବାର ସୋ କରୁଛନ୍ତି ଅମିତ୍ ଶାହା

କଟକ: କଟକରେ ନିଜର ପାଓ୍ବାର ସୋ କରୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ।  ଏକ ବିଶାଳ ରାଲିରେ କଟକର ଗୋପବନ୍ଧୁ ଛକରୁ ବାହାରି କଟକ ରାସ୍ତାରେ ନିଜର ପାଓ୍ବାର ଦେଖାଉଛନ୍ତି । ପ୍ରାୟ ୨ ଘଣ୍ଟା ଧରି ଏହି ରୋଡ ସୋ ଜାରିରହିବ । ନିଜର ସମର୍ଥକ ଓ କର୍ମୀଙ୍କ ସହ କଟକରେ ରୋଡ ସୋ କରୁଛନ୍ତି ଶାହା । ଏହାସହିତ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ସାମିଲ ହୋଇଛନ୍ତି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଜନଗହଳିରେ ପରିପୂର୍ଣ୍ଣ । ଦଳୀୟ ପତାକା ଓ ଦଳୀୟ ସମ୍ବୋଧନରେ କମ୍ପୁଛି କଟକ ରାସ୍ତା ।

ଏହା ପୂର୍ବରୁ ଆଜି ଗଞ୍ଜାମ ସୋରଡାରେ ବିଶାଳ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି ଅମିତ୍ ଶାହା । ସିଧା ସିଧା ସଭା ଆରମ୍ଭରୁ ରାଜ୍ୟ ସରକାର ଓ ତାଙ୍କ ବ୍ୟବସ୍ଥା ଉପରେ ବର୍ଷିଥିଲେ ଅମିତ୍ ଶାହା । ‘ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ । ଓଡିଶା ଲୋକେ ନବୀନ ବାବୁଙ୍କୁ ଟାଟା ବାଏ ବାଏ କହିଲେଣି । ଓଡିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି ।’ ଏହା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋରଡାରେ ରଣହୁଙ୍କାର ପରେ ସିଧା କଟକରେ ଆସି ନିଜର ରୋଡ ସୋ କରୁଛନ୍ତି ଅମିତ ଶାହା ।

Leave A Reply

Your email address will not be published.