Latest Odisha News

BREAKING NEWS

୧୬ ଟିମ, ୨୯ ଦିନ, ୪୫ ମ୍ୟାଚ, ଗୋଟିଏ ଟ୍ରଫି

ଓଭାଲ: ଅଷ୍ଟ୍ରେଲିଆରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ୮ମ ଟି୨୦ ବିଶ୍ୱକପ କ୍ରିକେଟ । ସମସ୍ତ ପ୍ରସ୍ତୁତି ଶେଷ । ଗୋଟିଏ ଟ୍ରଫି ପାଇଁ ୧୬ ଟିମ ମଧ୍ୟରେ ୨୯ ଦିନରେ ୪୫ ମୁକାବିଲା ହେବ । ଦ୍ୱିତୀୟ ଥର ପାଇଁ ବର୍ଷକ ବ୍ୟବଧାନରେ ଟି୨୦ ବିଶ୍ୱକପ ଖେଳାଯାଉଛି । ଗତ ବର୍ଷ ୟୁଏଇରେ ଏହାର ୭ମ ସଂସ୍କରଣ ଖେଳା ଯାଇଥିଲା । କରୋନା ମହାମାରୀ ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ୨୦୦୯ ଓ ୨୦୧୦ରେ ଲଗାତାର ୨ ବର୍ଷ ଟି୧୦ ବିଶ୍ୱକପ ଆୟୋଜିତ ହୋଇଥିଲା । ଦୀପାବଳୀ ଦିନକ ପୂର୍ବରୁ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୧୬ ଅକ୍ଟୋବରରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ ।
ଆୟୋଜକ ଓ ଷ୍ଟାଡିୟମ: ୮ମ ସଂସ୍କରଣର ଆୟୋଜକ ହେଉଛି ଅଷ୍ଟ୍ରେଲିଆ । ଆଡିଲେଡ ଓଭାଲ, ଦି ଗାବା, କାର୍ଡିନିଆ ପାର୍କ, ବେଲରିଭ ଓଭାଲ, ଏମସିଜି, ପର୍ଥ ଷ୍ଟାଡିୟମ ଓ ଏସସିଜିରେ ମ୍ୟାଚଗୁଡିକ ଖେଳାଯିବ ।

ଟିମ: ବିଶ୍ୱକପରେ ୧୬ଟି ଟିମ ଅଂଶଗ୍ରହଣ କରୁଛନ୍ତି । କ୍ଲାଲିଫାଇଙ୍ଗ ମୁକାବିଲା ୧୬ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ୮ଟି ଟିମକୁ ୨ ଭାଗରେ ଭାଗ କରାଯାଇଛି । ୨ଟି ଗ୍ରୁପର ୨ଟି ଲେଖାଁଏ ଟିମ ସୁପର ୧୨ରେ ପ୍ରବେଶ କରିବେ । କ୍ୱାଲିଫାଇଙ୍ଗ ରାଉଣ୍ଡ ମୁକାବିଲାରେ ନେଦରଲାଣ୍ଡ, ଶ୍ରୀଲଙ୍କା, ୟୁଏଇ, ନାମ୍ବିଆ, ଆୟର୍ଲାଣ୍ଡ, ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ ଓ ଜିମ୍ବାୱେ ରହିଛନ୍ତି । ସେହିପରି ସୁପର ୧୨ରେ ଟିମଗୁଡିକୁ ମଧ୍ୟ ୨ ଭାଗ କରାଯାଇଛି । ଗ୍ରୁପ ୧ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ କ୍ୱାଲିଫାଇଙ୍ଗରୁ ଆସିଥିବା ୨ ଟିମ । ସହିପରି ଗ୍ରୁପ ୨ରେ ବାଂଲାଦେଶ, ପାକିସ୍ତାନ, ଭାରତ, ଦକ୍ଷିଣ ଆଫ୍ରିକା ଓ ୨ଟି କ୍ୱାଲିଫାଇଙ୍ଗ ଟିମ ରହିଛନ୍ତି । ୨ଟି ଗ୍ରୁପରୁ ୪ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବ । ଏହାର ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।
ପୁରସ୍କାର ରାଶି: ଏଥର ଟି୨୦ ବିଶ୍ୱକପରେ ୪୬ କୋଟି ୬୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଚାମ୍ପିୟନ ଟିମକୁ ସର୍ବାଧିକ ୧୩ କୋଟି ୧୭ ଲକ୍ଷ ଏବଂ ରନର୍ସଅପକୁ ୬ କୋଟି ୬୦ ଲକ୍ଷ ଟଙ୍କା ମିଳିବ । ସେମିଫାଇନାଲରେ ହାରିଥିବା ଟିମକୁ ୩ କୋଟି ୩୦ ଲକ୍ଷ ଓ ଅନ୍ୟ ୮ଟି ଟିମକୁ ୫୭ ଲକ୍ଷ ୬୧ ହଜାର ଟଙ୍କା ମିଳିବ ।
କେମିତି ମିଳିବ ପଂଏଟ: ଗ୍ରୁପ ଷ୍ଟେଜରେ ପ୍ରତ୍ୟେକ ମ୍ୟାଚ ବିଜେତାକୁ ୨ ପଂଏଟ ମିଳିବ । ମ୍ୟାଚ ଟାଇ ହେଲେ ସୁପର ଓଭରରେ ଫଳାପଳ ବାହାରିବ । ଯଦି କୌଣସି କାରଣ ବଶତଃ ଫଳାଫଳ ନ ବାହାରିବ ତାହାହେଲେ ଉଭୟ ଟିମକୁ ୧ ପଂଏଟ ଲେଖାଁଏ ମିଳିବ । ଯଦି ଗ୍ରୁପ ଷ୍ଟେଜ ଶେଷରେ ୨ଟି ଟିମର ପଂଏଟ ସମାନ ରୁହେ ତେବେ ରନରେଟ ମାଧ୍ୟମରେ ନିଷ୍ପତି ନିଆଯିବ ।

ଭାରତର ମ୍ୟାଚ: ୨୩ ଅକ୍ଟୋବରରେ ଭାରତ ତାର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଏହା ପରେ ୨୭ରେ ଗ୍ରୁପ ଏର ରନରଅପ, ୩୦ରେ ଦକ୍ଷିଣ ଆଫ୍ରିକା, ନଭେମ୍ବର ୨ରେ ବାଂଲାଦେଶ, ୬ରେ ଗ୍ରୁପ ବିର ବିଜେତାକୁ ଭେଟିବ ।
ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ମହମ୍ମଦ ସାମୀ ।
ବିଶ୍ୱକପର ନୂତନ ନିୟମ: ଏଥର ବିଶ୍ୱକପରେ କେତେକ ନୂତନ ନିୟମ ଲାଗୁ କରାଯାଇଛି । ସେଥିମଧ୍ୟରେ ଫିଲ୍ଡିଂ ସମୟରେ ଖେଳାଳିଙ୍କ ଅନଫେୟାର ମୁଭମେଂଟ ଯୋଗୁ ବିପକ୍ଷ ଦଳକୁ ୫ରନ ମିଳିବ । ମାଙ୍କଡିଙ୍ଗ ଆଉଟ ବଦଳରେ ଏବେ ଏହାର ରନଆଉଟ ବିବେଚନା କରାଯିବ । ସେହିପରି ଜଣେ ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେବା ସମୟରେ ବ୍ୟାଟ୍ସମ୍ୟାନ ପରସ୍ପରକୁ କ୍ରସ କରିଥିଲେ ମଧ୍ୟ ନୂତନ ବ୍ୟାଟ୍ସମ୍ୟାନ ଆସି ବ୍ୟାଟିଂ କରିବ । ବଲ ପଲିଶ ପାଇଁ ଆଉ ଲାଳର ବ୍ୟବହାର ହେବନି ।

Leave A Reply

Your email address will not be published.