ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱାସନଗର ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଗୁରୁତର ମେଡିକାଲରେ ଭତ୍ତି ର୍ ହୋଇଛନ୍ତି । ଘରେ ଶୋଇଥିବା ଅବସ୍ଥାରେ ନିଆଁଲାଗି ପୋଡିଗଲେ ଗୋଟିଏ ପରିବାରର ୪ଜଣ । ରବିବାର ଭୋରରୁ ଏପରି ଘଟଣା ସବୁଠି ଶୋକର ଛାୟା ଖେଳାଇ ଦେଇଛି । ସୂଚନା ଅନୁସାରେ ଦିଲ୍ଲୀ ଶାହାଦରା ଜିଲ୍ଲା ୟୁନିଟି ମଲ୍ ନିକଟ୧୧ନମ୍ବର ଗଳିରେ ଘଟିଛି ଅଗ୍ନିକାଣ୍ଡ । ଘରର ପାର୍କିଂରୁ ନିଆଁ ଲାଗି ପୁରା କୋଠାକୁ ବ୍ୟାପିଥିଲା ନିଆଁ । ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି । ତଳ ମହଲାର ପାର୍କିଂ ସ୍ଥାନରେ ଇ-ରିକ୍ସା ଚାର୍ଜ ହେଉଥିଲା । ସେହିଠାରୁ ହିଁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରଥମ ମହଲାରେ ଭୋର ୪ଟା ବେଳେ ଶୋଇଥିଲେ ପରିବାରଲୋକ । ନିଆଁ ଲାଗିବାରୁ ହଠାତ୍ କିଛି ବୁଝିବା ଆଗରୁ ଘରୁ ବାହାରି ନପାରି ଜୀବନ ଚାଲିଗଲା । ଅନ୍ୟ ଗୁରୁତର ୨ଜଣଙ୍କୁ ହେଡଗେୱାର ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡିସିପି ରାଜେନ୍ଦ୍ର ପ୍ରସାଦ ମୀନା ସୂଚନା ଦେଇଛନ୍ତି ।

