Latest Odisha News

BREAKING NEWS

ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ଛିଣ୍ଡୁନି କଂଗ୍ରେସର ପାର୍ଥୀ ଚୟନ ଅଙ୍କ । ଥର କୁ ଥର ପାର୍ଥୀ ବଦଳାଉଛି କଂଗ୍ରେସ । ବର୍ତ୍ତମାନ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଜଳେଶ୍ଵର, ବରୀ, ଆଠମଲ୍ଲିକ, ଆଠଗଡ ଏବଂ ପୁରୀରେ ପ୍ରାର୍ଥୀ ବଦଳିଛି କଂଗ୍ରେସ ।

BjdElectrycity

ଜଳେଶ୍ଵରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ବରୀରେ ଦେବାଶି​‌ଷ ନାୟକ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ସେହିପରି ଆଠଗଡରେ ସୁଦର୍ଶନ ସାହୁ ନୂଆ ପ୍ରାର୍ଥୀ ହୋଇଛନ୍ତି। ପୁରୀରେ ଉମାବଲ୍ଳଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ସେପଟେ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ସେହିପରି ବରୀରୁ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଠଗଡରେ ମେହବୁବ ଅହମ୍ମଦ ଖାନ୍‌ଙ୍କ ଜାଗାରେ ସୁଦର୍ଶନ ସାହୁଙ୍କୁ ଏବଂ ପୁରୀରୁ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଳଭଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

Leave A Reply

Your email address will not be published.