Latest Odisha News

BREAKING NEWS

ବିନାଶ ମୁହାଁ ବିଶ୍ବ !

ନୂଆଦିଲ୍ଲୀ: ବିନାଶ ମୁହାଁ ଏବେ ସାରା ବିଶ୍ବ । ବିଧ୍ବଂସ ଆଉ କିଛି ଦୂରରେ । ହେଲେ ଡୁମ୍ସଡେ କ୍ଲକରୁ ବୈଜ୍ଞାନିକମାନେ କମ୍ କରିଛନ୍ତି ୧୦ସେକେଣ୍ଡ । ଦୀର୍ଘ ତିନି ବର୍ଷ ଧରି ଡୁମ୍ସଡେ ଘଣ୍ଟାରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ ଦିଆଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଘଣ୍ଟାରେ ସମୟ ଯେତେ କମିବ ପରାମାଣୁ ଯୁଦ୍ଧ ଆଡ଼କୁ ପୃଥିବୀ ସେତେ ଆଗକୁ ବଢ଼ିବ।
ତେବେ ଆମେରିକାର ଓ୍ବାସିଂଟନ ଡିସିରେ ବାର୍ଷିକ ଡୁମ୍ସଡେ ଘଡ଼ିର ଘୋଷଣା କରି ପୃଥିବୀ ବିଧ୍ବଂଶ ଆଡକୁ ବଢୁଛି ବୋଲି ବୈଜ୍ଞାନିକ କହିଛନ୍ତି । ବିନାଶଠାରୁ ପୃଥିବୀ କେତେ ଦୂରରେ ଅଛି ତାହା ଜଣାଇଥାଏ ୧୯୪୭ରୁ ଚାଲୁଥିବା ଏହି ଘଣ୍ଟା । ବୁଲେଟିନ ଅଫ୍ ଦି ଆଟୋମିକ ସାଇଣ୍ଟିଷ୍ଟରେ ଋଷ-ୟୁକ୍ରେନ ଯୁଦ୍ଧ, କୋଭିଡ ମହାମାରୀ, ଜଳବାୟୁ ପରିବର୍ତ୍ତନ ଆଦିକୁ ବଡ଼ ସଙ୍କଟ ବୋଲି ମଧ୍ୟ କହିଛନ୍ତି ।

କେବଳ ଏତିକି ନୁହେଁ ବିଗତ ବର୍ଷ ଧରି ଘଣ୍ଟାରେ ମଧ୍ୟରାତ୍ର ହେବାକୁ ଶହେ ସେକେଣ୍ଡ ଥିବା ବେଳେ ଚଳିତ ବର୍ଷ ସେଥିରୁ ୧୦ସେକେଣ୍ଡ କମ୍ କରିଛନ୍ତି ପରମାଣୁ ବିଜ୍ଞାନୀ । ଯାହା ଦ୍ବାରା ବିଶ୍ବ ଏବେ ଅଦ୍ଭୁତପୂର୍ବ ସଙ୍କଟର ସାମ୍ନା କରୁଛି । ତେବେ ଏହି ଡୁମ୍ସଡେ କ୍ଲକରେ ସମୟ ବଢ଼ାଇବା ପାଇଁ ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ଯଥାଶୀଘ୍ର ବାହାର କରିବାକୁ ପରାମର୍ଶ ଦେଇଛନ୍ତି ବୁଲେଟିନ ଅଫ୍ ଆଟୋମିକ ସାଇଣ୍ଟିଷ୍ଟର ସିଇଓ ରଚେଲ ବ୍ରୋନସନ ।

Leave A Reply

Your email address will not be published.