Latest Odisha News

BREAKING NEWS

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ୨ମୃତ ଓ ୩ ଗୁରୁତର

କେନ୍ଦ୍ରାପଡା/ବାଲେଶ୍ୱର: କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ କାନ୍ଥ ଭୁଶୁଡି ଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଗଣେଶ୍ୱପୁର ନିକଟସ୍ଥ ଏକ ଗ୍ରାମରେ କାନ୍ଥ ଭୁଶୁଡିବା ଫଳରେ ୨ ବୃଦ୍ଧ ଦମ୍ପତି ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ୮୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମେନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସେହିପରି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭଦୁଆ ଗ୍ରାମରେ କାନ୍ଥ ଭୁଶୁଡିବା ଫଳରେ ଗୋଟିଏ ପରିବାରର ୩ଜଣ ଚାପି ହୋଇଯାଇଥିଲେ । ପରେ ମହିଳା ଓ ନାବାଳିକା ଝିଅକୁ ଉଦ୍ଧାର କରାଯାଇଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି ।

ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.