Latest Odisha News

BREAKING NEWS

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ: ମାଓ ଅଧ୍ୟୁଷିତ କନ୍ଧମାଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ମାଓବାଦୀଙ୍କ ପକ୍ଷରୁ ।

ମିଳିଥିବା ସୂଚନାନୁଯାୟୀ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମଧ୍ୟ ଜାରି କରିଛନ୍ତି ।

ଆହୁରି ମଧ୍ୟ ରାସ୍ତା ଅବରୋଧ କରିବା ଫଳରେ ଦାରିଙ୍ଗବାଡି ଓ ବାଲିଗୁଡା ମଧ୍ୟରେ ଯାତାୟତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ତେବେ ଏହି ବନ୍ଦ ଡାକରାକୁ ନଜରରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.