Latest Odisha News

BREAKING NEWS

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୋଲିସ ଚନ୍ଦନ କାଠ ଜବତ କରିବା ସବ ୨ ଜଣଙ୍କୁ ଗିରଫ କରିଛି ।

କେରଳର ‌କଶାରଗଡ଼ ଜିଲ୍ଲା ବାଡିଆଡୁକା ଥାନା ଅବଦ୍ଦୁଲ ରେହମାନ ଓ ଅଧୁର ଥାନା ଅଞ୍ଚଳର କେ.ଉମରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୩୦ କେଜି ଚନ୍ଦନ କାଠ ସହ ୪ ହଜାର ୨୦୦ ଟଙ୍କା, ଦୁଇଟି ମୋବାଇଲ ଏବଂ କୋରାପୁଟରେ ପଞ୍ଜୀକୃତ ହୋଇଥିବା କମାଣ୍ଡର (ଓଆର ୧୦ ବି ୯୩୦୭)କୁ ଜବତ କରାଯାଇଛି ।

ସୂଚନା ଅନୁସାରେ, ଆରକୁ ଅଞ୍ଚଳରୁ ଚନ୍ଦନକାଠ ଅଭିନବ ଉପାୟରେ କମଣ୍ଡାର ସିଲିଂ ଟପ୍‌ ଓ ସିଟ୍‌ ତଳେ ସିକ୍ରେଟ୍ ଚ୍ୟାମ୍ବର କରି ନିଆ ଯାଉଥିଲା । ସେମିଳିଗୁଡ଼ା ପୋଲିସ ଜାନିଗୁଡା ନିକଟରେ ସୂଚନା ପାଇ ମାଡ଼ି ବସିଥିଲା । ତେବେ ଗିରଫ ୨ ଆନ୍ତଃରାଜ୍ୟ ଅପରାଧୀ ଆଗରୁ ଚନ୍ଦନ କାଠ ଚାଲାଣରେ ସମ୍ପୃକ୍ତ କି ? ଏମାନଙ୍କ ସହ ଆଉ ସାମିଲ୍ ରହିଛି ସେନେଇ ଯାଞ୍ଚ କରୁଛି ପୋଲିସ ।

Leave A Reply

Your email address will not be published.