Latest Odisha News

BREAKING NEWS

ଓଡ଼ିଶାର ୨ଟି ଜିଲ୍ଲା ଦେଶର ସବୁଠୁ ଉନ୍ନତି କରିଥିବା ୫ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର : ଭାରତରେ ଦ୍ୱିତୀୟ ‘ଡ଼େଲଟା ର‌୍ୟାଙ୍କିଂ ଫର୍ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ’ ନୀତି ଆୟାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ୨ଟି ଜିଲ୍ଲା ସର୍ବୋକୃଷ୍ଟ ଉନ୍ନତି କରିଥିବା ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି ।

ନୀତି ଆୟୋଗର ସିଇଓ ଅମିତାଭ କନ୍ଥ ଗୁରୁବାର ଦିନ ପ୍ରକାଶ କରିଥିବା ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ ତାଲିକା ଅନୁଯାୟୀ ଓଡିଶାର ନୂଆପଡା ଓ କୋରାପୁଟ ଜିଲ୍ଲା ଯଥାକ୍ରମେ ୨ୟ ଓ ୫ମ ସ୍ଥାନ ଦଖଲ କରିଛନ୍ତି । ସଦ୍ୟତମ ପ୍ରକାଶିତ ହୋଇଥିବା ଏହି ତାଲିକାନୁଯାୟୀ ତାମିଲନାଡୁର ବିରୁଦ୍ଧନଗର ପ୍ରଥମ ସ୍ଥାନ ଦଖଲ କରିଛି ।

ସେହିପରି ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ଓ ବିହାରର ୱରଙ୍ଗାବାଦ ଜିଲ୍ଲା ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ହାସଲ କରିପାରିଛନ୍ତି ।

ଏହି ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ ଡେଲଟା ର‌୍ୟାଙ୍କିଂରେ ସାଧାରଣତଃ ଜୁନ୍ ୧, ୨୦୧୮ରୁ ଅକ୍ଟୋବର ୩୧, ୨୦୧୮ ମସିହା ମଧ୍ୟରେ ଏହି ସବୁ ଜିଲ୍ଲାମାନଙ୍କରେ ଅଗ୍ରଗତି କରିଥିବା ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥୀକ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ସାଧାରଣ ଭିତ୍ତିଭୂମି ଗୁଡିକୁ ଦୃଷ୍ଟି ଦିଆଯାଇଛି ।

ଏହି ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ କାର୍ଯ୍ୟକ୍ରମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ଜାନୁଆରି ୫, ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ।

ତେବେ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସର ଡେଲଟା ର‌୍ୟାଙ୍କିଂ ଗତ ଜୁନ ମାସ ୨୦୧୮ ମସିହାରେ ତାଲିକା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.