Latest Odisha News

BREAKING NEWS

Yearly Archives

2020

୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କଲେ ଟ୍ରମ୍ପ୍; ଆମେରିକା‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ରୋବର୍ଟ ମୁଲର୍‌ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ଦୁଇଜଣ ବ୍ୟକ୍ତି ଏବଂ ସେମାନଙ୍କ ରିପବ୍ଲିକାନ୍ ସହକର୍ମୀ ମଧ୍ୟ ସାମିଲ୍‌ ଅଛନ୍ତି। ଇରାକର ସାଧାରଣ ନାଗରିକଙ୍କ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କନ୍ଧମାଳ ଜିଲ୍ଲାରେ ତୁଷାରପାତ, ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି । ପ୍ରବଳ ଶୀତ । ଦେହ ହାତ କାଲୁଆ ହୋଇ ଯାଉଛି । ବାହାରେ ଯେମିତି ଥଣ୍ଡା ଘର ଭିତରେ ବି ଥରାଉଛି । ଜିଲ୍ଲାର ବିଭିନ୍ନ ସଥାନରେ ଦୁଇ ଦିନ ହେବ ତୁଷାରପାତ ହେଉଛି । ଫୁଲବାଣୀ, ଦାରିଙ୍ଗବାଡ଼ି, ସମେତ ବାଲିଗୁଡା, ବେଲଘର ଓ…

କରୋନା ଟୀକାକରଣ ପାଇଁ ପ୍ରସ୍ତୁତ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ  

ଭୁବନେଶ୍ବର: ଆଗାମୀ ଦିନରେ କୋଭିଡ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ଖୋଲିଲା ବଡ଼ଦେଉଳ, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ…

ସାମାନ୍ୟ ବଚସାରୁ ପିଲାଦିନର ସାଙ୍ଗକୁ ହତ୍ୟା କଲା ସାଙ୍ଗ

ସମ୍ବଲପୁର: କାଳ ହେଲା ମଦ ନିଶା। ମଦ ନିଶାରେ ପିଲାଦିନ ସାଙ୍ଗର ଜୀବନ ନେଲା ସାଙ୍ଗ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ମଙ୍ଗଳପୁର ଗାଁରେ। ସୂଚନାନୁସାରେ ସ୍ଥାନୀୟ ମଙ୍ଗଳପୁର ଗାଁର ଗେନ୍ଦ୍ରା କୁଜୁର ଓ ଭୀମ ନାଏକ ନାମକ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ…

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ।…

ମିଶନ ଜିରୋ-ଏଫ ପାଇଁ ସ୍କ୍ରଚ୍ ‌ସ୍ୱର୍ଣ୍ଣ ଆୱାର୍ଡ

କଟକ: ଜିଲ୍ଳା ପ୍ରଶାସନ ଦ୍ୱାରା ଚାଲିଥିବା ମିଶନ ଜିରୋ-ଏଫକୁ ସ୍କ୍ରଚ୍ ସ୍ୱର୍ଣ୍ଣ ଆୱାର୍ଡ ( SKOCH GOLD AWARD) ମିଳିଛି । ଜାତୀୟ ସ୍ତରରେ କଟକ ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସମଗ୍ର ଜିଲ୍ଲାରେ ଅବହେଳିତ ତଥା ପାଠ ପଢ଼ାରୁ ବଞ୍ଚିତ ହେଉଥିବା…

ପରୀ ମୃତ୍ୟୁ ମାମଲା : ପୋଖରୀରୁ ମିଳିଲା ଲେଗିନ୍ସ

ନୟାଗଡ: ପରୀ ମୃତ୍ୟୁ ମାମଲା ଆଜି ପୋଖରୀରୁ ମିଳିଲା ଲେଗିନ୍ସ । ତେବେ ଲେଗିନ୍ସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିନ୍ସ ଖୋଜିବା ପାଇଁ ପୋଖରୀର ପାଣିକୁ ଶୁଖାଯାଇଥିଲା । ଦୁଷ୍କର୍ମ ପରେ ମୁଖୟ ଅଭିଯୁକ୍ତ ସରୋଜ ସେଠୀ ପରୀ ପିନ୍ଧିଥିବା ଲେଗିନ୍ସ ପୋଖରୀରେ ଫିଙ୍ଗି ଦେଇଥିଲା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚହଲ-ଧନଶ୍ରୀ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନଙ୍କୁ ଯାଦୁଭରା ସ୍ପିନରେ ଆଉଟ କରୁଥିବା ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଶେଷର ଧନଶ୍ରୀ ବର୍ମାଙ୍କ ସୌନ୍ଦର୍ଯ୍ୟରେ କ୍ଲିନ ବୋଲ୍ଡ ହୋଇଛନ୍ତି । ମଙ୍ଗଳବାର ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଗଷ୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…