Latest Odisha News

BREAKING NEWS

Yearly Archives

2021

ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିବି ଶାହାରୁଖ ଖାଁଙ୍କ ଡ୍ରାଇଭରକୁ ପଚରା ଉଚରା କରିଛି । ପୂର୍ବରୁ ଡ୍ରାଇଭରଙ୍କୁ ଏଥିନେଇ ସମନ ଜାରୀ କରାଯାଇଥିଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ତଦନ୍ତ ପ୍ରକ୍ରିୟାକୁ ଆହୁରି ବୃଦ୍ଧି କରିଛି । ଘଟଣା ଦିନ ଆର୍ଯ୍ୟନଙ୍କୁ…

ଦୁଇଟି କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର

ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ଓ୍ବାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ…

ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ବର : କୌସ୍ତଭ ଡ୍ରିମଓ୍ବାର୍କ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଭିନ୍ନ ଧରଣର ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏକ୍ସପ୍ଲାନେଡ୍ ମଲର ସିନେପଲିସରେ ଏହି ସିନେମାର ପ୍ରମିୟର କରାଯାଇଛି । ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର କଳାକାର ଓ…

ବାଲେଶ୍ବର ତାଳକୁରୁଣିଆରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍, ଦୁଇ ରାଉଣ୍ଡ ଗୁଳି ଫୁଟାଇ ଖସିଗଲେ ଦୁର୍ବୃତ୍ତ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ…

ପୋଖରୀରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ

ମାଲକାନଗିରି : ପୋଖରୀରେ ଗାଧୋଇବା ହେଲା କାଳ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମାଲକାନଗିରି ଜିଲ୍ଲା ପେଡ଼ାକୋଣ୍ଡା ପଞ୍ଚାୟତର ମଙ୍ଗ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ମାଆ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବଡ…

ପାର୍ବଣ ପାଇଁ କଡ଼ା ହେଲା କଟକଣା : ସୋମବାରରୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା…

ନନ୍ଦନକାନନକୁ ଆସିଲେ ୮ ରାଜସ୍ଥାନୀ ଜନ୍ତୁ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଜନ୍ତୁ । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଛନ୍ତି ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ କୁମ୍ଭୀର, ଦୁଇଟି କଲରା ପତରିଆ ବାଘ ଏବଂ ୨ଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତକାଲି…

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା…

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ…

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି । ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା…