Latest Odisha News

BREAKING NEWS

Yearly Archives

2021

ଦୁନିଆକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ସଙ୍ଗୀତ

ନୂଆଦିଲ୍ଲୀ: ବଲିଉଡ୍‌ ସଙ୍ଗୀତ ଜଗତର ଚର୍ଚ୍ଚିତ ଗାୟକ କୈଳାଶ ଖେର୍‌। ତାଙ୍କ ଗୀତର ଭିନ୍ନ ଅନ୍ଦାଜ୍‌ ସଙ୍ଗୀତ ପ୍ରେମୀଙ୍କୁ ବିଭୋର କରିଥାଏ। ଆଉ ତାଠାରୁ ଅଧିକ ଆକର୍ଷଣୀୟ ହେଉଛି ତାଙ୍କ ଡ୍ରେସିଂ ଷ୍ଟାଇଲ୍‌। ଏକ କଳା ସାର୍ଟ, ପନିଟେଲ୍ ଏବଂ ଇୟରିଂ ତାଙ୍କୁ ଭାରି ମାନିଥାଏ। ତାଙ୍କ ମତରେ…

ଟିଟିପି ପ୍ରସଙ୍ଗରେ ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା। ଯେଉଁ ଆଶାରେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିଲା ସବୁ ଆଶା ପାଣିରେ ମିଳେଇଗଲା। ପାକିସ୍ତାନ ଚାହୁଁଥିଲା ଯେ ତାଲିବାନ ତେହେରିକ-ଇ-ତାଲିବାନକୁ ଏହାର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ, କିନ୍ତୁ କାବୁଲକୁ କାବୁ କରିଥିବା ସଂଗଠନ…

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ।  ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି  । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର…

ଆଜି କୋର୍ଟରେ ହାଜର ହେବେ ଅରମାନ୍‌ କୋହଲି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦିନ ବଲିଉଡ୍‌ ଅଭିନେତା ଅରମାନ କୋହଲିଙ୍କ ଜୁହୁସ୍ଥିତ ବାସଭବନରେ ଚଢାଉ ପରେ ଅରମାନଙ୍କୁ ଅଟକ ରଖି ତାଙ୍କୁ ଜେରା କରିଥିଲା। ସେଠାରୁ କିଛି ପରିମାଣର କୋକେନ ଜବତ କରିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କୁ ଆଜି…

୨୧,୪୦୦ ଫୁଟ ଉଚ୍ଚ ହଟ୍‌ ଏୟାର୍‌ ବେଲୁନ୍‌ରେ ଚାଲିଲେ ବ୍ୟକ୍ତି

ସୋମେରସେଟ: ହଟ୍‌ ଏୟାର୍‌ ବେଲୁନ୍‌ରେ ଯାତ୍ରା କରିବା ଯେତିକି ଭୟାନକ ସେତିକି କୌତୁହଳ ମଧ୍ୟ। ଭୂପୃଷ୍ଠରୁ ୨୦ ହଜାର ଫୁଟ ଉପରେ ଚାଲିବା ନିଶ୍ଚିତ ରୂପେ ଏକ ଦୁଃସାହସିକ କାର୍ଯ୍ୟ। ମାଇକ୍ ହାୱାର୍ଡ ନାମକ ଜଣେ ବ୍ୟକ୍ତି ଏପରି ଏକ ଚମତ୍କାର କରି ଦେଖାଇଛନ୍ତି। ୨୦୦୪ର ଏକ ପୁରୁଣା ଭିଡିଓ…

୪ ମାସ ମଧ୍ୟରେ ଦେଶ ଛାଡିବେ ପ୍ରାୟ ୫ ଲକ୍ଷ ଆଫଗାନୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ହାଇ କମିଶନର୍ (UNHCR) ଶରଣାର୍ଥୀଙ୍କ ପାଇଁ ପୂର୍ବାନୁମାନ କରିଛି ଯେ ତାଲିବାନର ଆଫଗାନିସ୍ତାନର ଦଖଲ ପରେ ରାଜନୈତିକ ଅନିଶ୍ଚିତତା ହେତୁ ଆସନ୍ତା ଚାରି ମାସ ମଧ୍ୟରେ ପ୍ରାୟ ୫ ଲକ୍ଷ ଆଫଗାନୀ ଦେଶ ଛାଡିବେ। ଡେପୁଟି ହାଇ କମିଶନର କେଲି ଟି କ୍ଲେମେଣ୍ଟସ…

ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସେରୋ ସର୍ଭେ । ଏଥିପାଇଁ ଆରଏମଆରସି ଲୋକଙ୍କ ନମୁନା ସଂଗ୍ରହ କରୁଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର…

୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ହୋଇପାରେ ଆତଙ୍କୀ ହମଲା, ସତର୍କ କରାଇଲେ ବାଇଡେନ୍

କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥନ୍

ବାଲେଶ୍ୱର: ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ  । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନଦଙ୍କ ଜନ୍ମ ଦିବସ  । ଏହି ଅବସରରେ ରାଜ୍ୟବ୍ୟାପୀ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି  । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱର ସହରରେ ଏହି ସାଇକ୍ଲୋଥନକୁ ଉଦଘାଟନ କରିଥିଲେ…