Latest Odisha News

BREAKING NEWS

ଚୀନର ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ଭାରତୀୟ ସେନାର ଖଣ୍ଡନ

ଲଦାଖ: ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ମିଥ୍ୟା ଓ ଗୁଜବ ବୋଲି କହିଛି ଭାରତୀୟ ସେନା । ୟୁକେ ଡେଲିରେ ପ୍ରକାଶିତ ଖବରରେ ଜଣେ ପ୍ରଫେସର ଏହି ସୂଚନା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଭାରତୀୟ ସେନା ପକ୍ଷରୁ ଟୁଇଟରରେ ଏ ନେଇ ଜବାବ ରଖାଯାଇଛି । ଲଦାଖ ସୀମାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।  ଭାରତର ଦୁଇଟି ସୈନ୍ୟ ଶିବିର ଉପରେ ଚୀନ୍ ପକ୍ଷରୁ ମାଇକ୍ରୋଓ୍ୱେଭ ଅସ୍ତ୍ର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଭାରତୀୟ ସେନା ଏହାର ଜବାବ ଦେଇଛି ।

ଚୀନ୍‌ର ଏକ ୟୁନିଭରସିଟିର ଜଣେ ପ୍ରଫେସର ଭାରତର ଦୁଇଟି ସୈନ୍ୟ ଶିବିର ଉପରେ ମାଇକ୍ରୋଓ୍ୱେଭ୍ ଅସ୍ତ୍ର ବ୍ୟବହାର କରାଯାଉଥିବା କଥା ଏକସମ୍ମିଳନୀରେ ଦାବି କରିଥିଲେ । ସାମରିକ ଦୃଷ୍ଟି କୋଣରୁ ମହତ୍ତ୍ୱ ପୂର୍ଣ୍ଣ ଥିବା ଦୁଇଟି ସୈନ୍ୟ ଶିବିର ଉପରେ ମାଇକ୍ରୋଓ୍ୱେଭ୍ ଆକ୍ରମଣ କରାଯାଇଥିବା ସେ କହିଥିଲେ । ମାତ୍ର ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି ଭାରତୀୟ ସେନା ସୂଚନା ଦେଇଛି ।

Leave A Reply

Your email address will not be published.