Latest Odisha News

BREAKING NEWS

Yearly Archives

2022

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ…

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ  ରବୀନ୍ଦ୍ର ମଣ୍ଡପରେ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଆୟୋଜନ କରିଥିଲେ । ଉଦ୍‌ଘାଟନୀ ସନ୍ଧ୍ୟାରେ ବଂଶୀ ଉପରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେଶି ଏବଂ…

ଶ୍ରୀଲଙ୍କା ଆଗରେ ଭାରତ ଟାର୍ଗେଟ ରଖିଲା ୧୭୪ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୪ ରନ୍ ଟାର୍ଗେଟ ଦେଇଛି । ଆଜିର ମ୍ୟାଚରେ ପ୍ରଥମରୁ ଦୁଇଟି ଉଇକେଟ ଯାଇଥିଲେ ମଧ୍ୟ  ଲଢ଼ୁଆ ବ୍ୟାଟିଂ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ୩୨ ବଲରେ ଅର୍ଧଶତକ ହାସଲ…

ଏସିଆ କପର ବାକି ତକ ମ୍ୟାଚରୁ ଓହରିଲେ ଆଭେଶ

ଦୁବାଇ: ଏସିଆ କପ ଅବସରରେ ଭାରତକୁ ମଙ୍ଗଳବାର ଆଉ ଏକ ଶକ୍ତ ଧକା ଲାଗିଛି । ଅସୁସ୍ଥ ହେବା ଯୋଗୁ ଭାରତର ପେସ ବୋଲର ଆଭେଶ ଖାଁ ଚଳିତ ଏସିଆ କପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଏଥିପାଇଁ ସେ ୨ଟି ମ୍ୟାଚରେ…

କଙ୍ଗନାଙ୍କ ତେଜସ ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ ତେଜସର ରିଲିଜ ଡେଟ ଘୁଂଚାଇ ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଟୋବର ବଦଳରେ ଏବେ ତେଜସ ଜାନୁୟାରୀ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଅବଶ୍ୟ ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି…

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ୱର:  ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି । ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜୀକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ବାରା ସାମଗ୍ରୀ ଗୁଡିକର ଭୌଗୋଳିକ…

ବିଏମସି ନିର୍ବାଚନରେ ଏକତ୍ର ଲଢ଼ିବେ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ଆଗାମୀ ବମ୍ବେ ମ୍ୟୁନିସପାଲ କର୍ପୋରେଶନ (ବିଏମସି) ନିର୍ବାଚନ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ଏକତ୍ର ଲଢ଼ିବେ । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ ହୋଇଥିବା ଆଲୋଚନାରେ…

ଭୁବନେଶ୍ୱରରେ ଜୀବନଯାତ୍ରା ଠପ୍‌ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର : ରାଜଧାନୀରେ ଆଜି ଟ୍ରାଫିକ ଜାମକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।  କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ  ଦିଲୀପ ମଲ୍ଲିକ  ଅଭିଯୋଗ ଆଣିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ…

ଆସାମରେ ବାଂଲାଦେଶୀ ନାଗରିକଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସ୍ଥାନୀୟ ଲୋକେ ଭାଙ୍ଗିଲେ ମାଦ୍ରାସା

ଗୌହାଟୀ: ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆସାମରେ ଆଜି ଭଙ୍ଗାଯାଇଛି ୪ର୍ଥ ମାଦ୍ରାସା । ପୂର୍ବରୁ ୩ଟି ସରକାରୀ ଅଧିକାରୀଙ୍କ ଦ୍ୱାରା ଭଙ୍ଗା ଯାଇଥିବା ବେଳେ ଆଜି ସ୍ଥାନୀୟ ଲୋକ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ୨ଜଣ ବାଂଲାଦେଶୀ ନାଗରିକ ଗୋଲପଡାରେ ଥିବା ମାଦ୍ରାସାକୁ ବ୍ୟବହାର କରୁଥିଲେ ।…

ରାସ୍ତା ସାଜିଛି ମରଣଯନ୍ତା, ସତ୍ୟାଗ୍ରହ କଲେ ଗ୍ରାମବାସୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା । ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ବହୁ ଥର ଅଭିଯୋଗ କରିବା ପରେ ମଧ୍ୟ ରାସ୍ତା ମରାମତି ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।  ଶେଷରେ ମଙ୍ଗଳବାର ଲୋଚାପଡ଼ା ସରପଞ୍ଚ…