Latest Odisha News

BREAKING NEWS

Yearly Archives

2023

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ…

ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୋନମ

ମୁମ୍ବାଇ: ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ଅଭିନେତ୍ରୀ ସୋନମ କପୁର । ଶନିବାର ସୋନମ ତାଙ୍କ ପତି ଆନନ୍ଦ ଆହୁଜାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ସୋସିଆଲ ମିଡିଆରେ ଆନନ୍ଦଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ସେୟାର କରିି ଶୁଭେଚ୍ଛା ଜଣାଇଛନ୍ତି ।…

ଆଇଏଏସ ଅଫିସରଙ୍କ ପାଇଁ ଇଂରାଜୀରେ ‘Orissa’ର ଇଂରାଜୀ ବନାନ ପରିବର୍ତ୍ତନ ହୋଇଛି: ତଥାଗତ

ଭୁବନେଶ୍ବର: କିଛି ଆଇଏଏସ୍ ଅଫିସରଙ୍କ ପାଇଁ ଉଚ୍ଚାରଣରେ ସୁବିଧା ପାଇଁ ଆମ ରାଜ୍ୟର ନାମ Orissaରୁ Odisha (ଓଡ଼ିଶା) ହୋଇଛି। ରବିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଉତ୍ସବରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଯୋଗଦେଇ ମେଧାବୀ…

ଆଶେସ ସିରିଜ: ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆବଶ୍ୟକ ୨୪୯ ରନ, ଅଡୁଆରେ ଇଂଲଣ୍ଡ

ଦି ଓଭାଲ: ଚଳିତ ଆଶେସ କ୍ରିକେଟ ସିରିଜର ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ବର୍ଷା ଯୋଗୁ ୪ର୍ଥ ଦିବସ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୪୯ ରନ ଏବଂ ଇଂଲଣ୍ଡକୁ ୧୦ଟି ଯାକ ୱିକେଟ ଆବଶ୍ୟକ । ୪ର୍ଥ ଦିବସ…

ଚୋରି ଅଭିଯୋଗରେ ଘର ମାଲିକଙ୍କ ଦ୍ୱାରା ଅଟକ ସହାୟିକା ଉଦ୍ଧାର; ମାଲିକ ଫେରାର

ଭୁବନେଶ୍ୱର: ଶ୍ରୀବିହାରରେ ଥିବା ଜଣେ ମାଲିକଙ୍କ ଘରୁ ରବିବାର ଜଣେ ଘରୋଇ ସହାୟକଙ୍କୁ ଉଦ୍ଧାର କରିଛି ପୋଲିସ। ଦାମୀ ଜିନିଷ ଚୋରି ଅଭିଯୋଗ ଆଣିବା ପରେ ମାଲିକ ତାଙ୍କୁ ଅଟକ ରଖିଥିଲେ। ଉଦ୍ଧାର ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରେ ଥିବା ଶବର ସାହିର ନମିତା…

ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’

ମୁମ୍ବାଇ: ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’ । ଆଫ୍ରିକାରେ ରାମ ଚରଣ ଏବଂ ଏନ୍‌ଟିଆର ଜୁନିୟରଙ୍କ ସହିତ କାହାଣୀ ପ୍ରଦର୍ଶିତ ହେବ । ନିକଟରେ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ ଏହା ପ୍ରକାଶ କରିଛନ୍ତି । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’…

ପାକରେ ରାଜନୈତିକ ସମାବେଶ ବେଳେ ବିସ୍ପୋରଣ, ୩୫ ମୃତ ଶତାଧିକ ଆହତ

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ରାଜନୈତିକ ଦଳ ବୈଠକ ଚାଲିଥିବା ବେଳେ ବିସ୍ଫୋରଣ ଘଟି ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଅଧିକ ଆହତ ହୋଇଛନ୍ତି ବୋଲି ରବିବାର 'ଡନ୍' ଖବରକାଗଜରେ ପ୍ରକାଶ ପାଇଛି। ଜାମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ-ଏଫ) ଦ୍ୱାରା ଆୟୋଜିତ…

୭୭ ବର୍ଷରେ ନିଜକୁ ଫିଟ୍ ରଖିଛନ୍ତି ବୃଦ୍ଧା: ସୋସିଆଲ ମିଡ଼ିଆରେ ସେୟାର କଲେ ସିକ୍ରେସି

ସାଧାରଣତଃ ୭୦ ବର୍ଷ ଅତିକ୍ରମ କରିବା ପରେ ଯେ କୌଣସି ବ୍ୟକ୍ତି ନିଜକୁ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା ବୋଲି ଭାବିଥାନ୍ତି । କିଛି ଲୋକଙ୍କ ପାଇଁ ସେମାନଙ୍କର ଶରୀର ମଧ୍ୟ କୌଣସି କାମ କରିବାକୁ ସମର୍ଥନ କରୁ ନ ଥିବା ବେଳେ ଆଉ କିଛି ଶଯ୍ୟାରେ ବିଶ୍ରାମ ନେଇଥାନ୍ତି । ଏହିପରି ଲୋକଙ୍କ ପାଇଁ ଏକ…

ନାବାଳକଙ୍କୁ ବଳି ପାଇଁ ହତ୍ୟା ଘଟଣା, ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ…

ସଚିନ-ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ ବ୍ରଡ-ଆଣ୍ଡରସନ

ଲଣ୍ଡନ: ଆଶେଷ ସିରିଜରେ ପରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ । ବ୍ରଡ ଏବଂ ତାଙ୍କ ସାଥୀ ଖେଳାଳି ଜେମ୍ସ ଆଣ୍ଡରସନ ଏକତ୍ର ୧୩୮ ଟେଷ୍ଟ ଖେଳିଛନ୍ତି । ତେବେ ଏହି ଯୋଡି ଅଳ୍ପକେ ରେକର୍ଡ ହାସଲରୁ ବଂଚିତ ହୋଇଛନ୍ତି । ଏକତ୍ର ସର୍ବାଧିକ ମ୍ୟାଚ…