Latest Odisha News

BREAKING NEWS

Yearly Archives

2024

ଆଡିଲେଡ ଟେଷ୍ଟରୁ ଓହରିଲେ ହାଜେଲଉଡ

ଆଡିଲେଡ: ଅଷ୍ଟ୍ରେଲିଆର ପେସ ବୋଲର ଜୋଶ ହାଜେଲଉଡ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରୁ ଓହରି ଯାଇଛନ୍ତି । ଯାହା ଭାରତକୁ ପରୋକ୍ଷରେ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ତାଙ୍କ ପେଟର ବାମ ଭାଗ ଯନ୍ତ୍ରଣା ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ସିନ ଆବୋଟ୍ଟ ଓ ବ୍ରେଣ୍ଡନ…

ରେଳ ଟ୍ରାକରେ କାହିଁକି ରଖାଯାଇଥାଏ ପଥର? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି ଏବଂ ଆପଣ ମଧ୍ୟ ଅନେକ ଥର ରେଳ ଯାତ୍ରାକୁ ଉପଭୋଗ କରିଥିବେ । କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ରେଳ ଟ୍ରାକରେ ପଡ଼ିଥିବା ଏହି ପଥରଗୁଡ଼ିକର କାର୍ଯ୍ୟ କ’ଣ? ଏଗୁଡ଼ିକ ସାଧାରଣ ପଥର ନୁହେଁ, ବରଂ ଏକ ସ୍ୱତନ୍ତ୍ର…

ମୁଁ କେବେ ହିନ୍ଦି ଫିଲ୍ମ କରିବିନି….କାହିଁକି ଏମିତି କହିଲେ ଏହି ଅଭିନେତା

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨' କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି l ଏବେ ତାଙ୍କୁ ପ୍ରତିଦିନ ଫିଲ୍ମର କିଛି ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳୁଛି l ନିକଟରେ ଅଭିନେତାଙ୍କୁ 'ପୁଷ୍ପା ୨'ର ଏକ ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳିଥିଲା l…

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ…

ଶ୍ରୀମନ୍ଦିରରେ ଦେବ ଦିପାବଳୀ; ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି । ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି । ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,…

ପନ୍ନୁନ୍ ଲିଙ୍କରେ ଓଡିଆ! ସାମ୍ବାଦିକଙ୍କୁ ମିଳିଲା ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ବର: ପୁଣି ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ । ଡିଜିପି ସମ୍ମଳନୀରେ ବିଭ୍ରାଟ ସୃଷ୍ଟି କରିବାକୁ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିଥିବା ସୂଚନା । ଏହି ମେଲରେ ଡିଜିପି ସମ୍ମିଳନୀକୁ ପୁଣି ଟାର୍ଗେଟ କରାଯାଇଛି । ଏଥିସହିତ ଏକ ଅଡିଓ ବାର୍ତ୍ତାରେ ମଧ୍ୟ…

ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୩ ଆହତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ସକାଳେ ତିରିଂ ଥାନା ଅଞ୍ଚଳର…

କାହିଁକି ବର୍ଷ ବର୍ଷ ଧରି ନଷ୍ଟ ହୁଏନି ଗଙ୍ଗା ଜଳ? ଜାଣନ୍ତୁ ବୈଜ୍ଞାନିକ କାରଣ..

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି । ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଏବଂ ଏହାକୁ ପୂଜା କରନ୍ତି । ଗଙ୍ଗା ଜଳ ମଧ୍ୟ ସ୍ବତନ୍ତ୍ର କାରଣ ରହିଛି ଯେଉଁ କାରଣରୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ । ଆପଣ…

ରାଜ୍ୟରେ କାହିଁକି ବଢୁଛି ଆଳୁ ଦର, କଣ କହୁଛନ୍ତି ବେପାରୀ

ଭୁବନେଶ୍ଵର: କିଛି ଦିନର ବ୍ୟବଧାନ ପରେ ଓଡ଼ିଶାକୁ ପୁଣି ଆଳୁ ରପ୍ତାନି ବନ୍ଦ କରିଛି ପଶ୍ଚିମବଙ୍ଗ। ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକା ଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଆଳୁ ରପ୍ତାନି ବନ୍ଦ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ…

ଡିଜିପି/ଆଇଜିପି ସମ୍ମିଳନୀର ୨ୟ ଦିନ: ଲୋକସେବା ଭବନରେ ମୋଦୀ

ଭୁବନେଶ୍ଵର: ଗତକାଲିଠୁ ଭୁବନେଶ୍ଵର ଲୋକସେବା ଭବନରେ ଆରମ୍ଭ ହୋଇଛି ଡିଜିପି-ଆଇଜିପି ସମ୍ମିଳନୀ। ଏଥିରେ ସାରା ଦେଶର ଡିଜିପି/ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଆଜି…