ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨’ କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି l ଏବେ ତାଙ୍କୁ ପ୍ରତିଦିନ ଫିଲ୍ମର କିଛି ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳୁଛି l ନିକଟରେ ଅଭିନେତାଙ୍କୁ ‘ପୁଷ୍ପା ୨’ର ଏକ ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳିଥିଲା l ସେଠାରେ ସେ କେବେ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର କରିବେ ନାହିଁ ବୋଲି କହିଥିଲେ । ଏଥିସହ ତାଙ୍କର ଏହି ନିଷ୍ପତ୍ତିର କାରଣ ମଧ୍ୟ କହିଥିଲେ ଅଲୁ ଅର୍ଜୁନ ।
ଏହି କାର୍ଯ୍ୟକ୍ରମରେ ଅଲୁ ଅର୍ଜୁନ ‘ପୁଷ୍ପା ୨ : ଦ ରୁଲ’ର ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ବିଷୟରେ ଉଲ୍ଲେଖ କରିଥିଲେ l ଏହି ଚଳଚ୍ଚିତ୍ର ପାଇଁ ଦେବୀ ଶ୍ରୀଙ୍କୁ ଜାତୀୟ ପୁରସ୍କାର ମିଳିଥିଲା l ଏନେଇ ଆଲୋଚନା କରିବା ସହ ଅଲୁ ଅର୍ଜୁନ କହିଥିଲେ- ‘ଆମେ ଦୁହେଁ ଚେନ୍ନାଇର। ମୁଁ ତାଙ୍କୁ କହିଥିଲି ଯେ ହିନ୍ଦୀ ଚଳଚ୍ଚିତ୍ର କରିବା ମୋ ପାଇଁ ବହୁତ କଷ୍ଟକର, କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ହିନ୍ଦୀ ଚଳଚ୍ଚିତ୍ର କରିବା ତାଙ୍କ ପାଇଁ ସହଜ ଅଟେ। ଥରେ ମୁଁ ତାଙ୍କୁ ପଚାରିଥିଲି କି ସେ ହିନ୍ଦୀ ଚଳଚ୍ଚିତ୍ର କାହିଁକି କରନ୍ତିନି l ଏହାର ଉତ୍ତରରେ ଦେବୀ ଶ୍ରୀ ମୋତେ ବି ସମାନ ପ୍ରଶ୍ନ ପଚାରିଥିଲେ କି ତୁମେ କାହିଁକି ହିନ୍ଦୀ ଚଳଚ୍ଚିତ୍ର କରୁନାହଁ l ଏହା ସହ ସେ ମୋ ସହ ହିନ୍ଦୀ ଫିଲ୍ମ କରିବାକୁ ଚାଁହୁଥିଲେ l କିନ୍ତୁ ମୁଁ ତାଙ୍କୁ କହିଥିଲି କି ମୁଁ କଦାପି ହିନ୍ଦୀ ଚଳଚ୍ଚିତ୍ର କରିବି ନାହିଁ କାରଣ ସେହି ସମୟରେ ଏକ ହିନ୍ଦୀ ଚଳଚ୍ଚିତ୍ର କରିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା।
ଅଲୁ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ପାଇଁ ଏକ ହିନ୍ଦୀ ଚଳଚ୍ଚିତ୍ର କରିବା ବହୁତ ବଡ଼ କଥା l ଏମିତି ହେଇପାରେ କି ମୁଁ ମୋ ଜୀବନରେ ଗୋଟିଏ କିମ୍ବା ଦୁଇଟି ହିନ୍ଦୀ ଚଳଚ୍ଚିତ୍ର କରିପାରେ l ତେବେ ଏହି ସ୍ଥାନକୁ ଆସିବା ଏବଂ ଏଠାରେ ଠିଆ ହେବା ମୋ ପାଇଁ ଏକ ବଡ଼ କଥା l ଆମେ ଦୁହେଁ ଜାତୀୟ ପୁରସ୍କାର ଜିତିଥିଲୁ ଏବଂ ସମାନ ଚଳଚ୍ଚିତ୍ର ପାଇଁ ଏକ ଜାତୀୟ ସୁପରହିଟ୍ ଆଲବମ୍ ଦେଇଥିଲୁ l ଏହା ଆମ ପାଇଁ ସବୁଠାରୁ ମୂଲ୍ୟବାନ ଜିନିଷ ଅଟେ ବୋଲି କହିଛନ୍ତି ଅଲୁ l
Comments are closed.