Latest Odisha News

ପନ୍ନୁନ୍ ଲିଙ୍କରେ ଓଡିଆ! ସାମ୍ବାଦିକଙ୍କୁ ମିଳିଲା ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ବର: ପୁଣି ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ । ଡିଜିପି ସମ୍ମଳନୀରେ ବିଭ୍ରାଟ ସୃଷ୍ଟି କରିବାକୁ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିଥିବା ସୂଚନା । ଏହି ମେଲରେ ଡିଜିପି ସମ୍ମିଳନୀକୁ ପୁଣି ଟାର୍ଗେଟ କରାଯାଇଛି । ଏଥିସହିତ ଏକ ଅଡିଓ ବାର୍ତ୍ତାରେ ମଧ୍ୟ ପଟାଇଛି ପନ୍ନୁନ । ଯେଉଁଥିରେ ଖଲିସ୍ତାନୀ ପତାକା ଉଡାଇଲେ ପନ୍ନୁନ ପକ୍ଷରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ରହିଛି ।

ଏହା ସହିତ ଭୁବନେଶ୍ଵର ବିମାନବନ୍ଦରକୁ ମଧ୍ୟ ଟାର୍ଗେଟ କରାଯାଇଛି। ଡିସେମ୍ବର ୧ ଅର୍ଥାତ୍ ରବିବାର ଭୁବନେଶ୍ଵରରୁ ବିମାନ ଉଡ଼ାଣ ନ କରିବାକୁ ମେଲରେ ଚେତାବନୀ ଦିଆଯାଇଛି । ତେବେ ଧମକପୂର୍ଣ୍ଣ ମେଲଟି ପ୍ରକୃତରେ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନ ପକ୍ଷରୁ ଦିଆଯାଇଛି ନା ତାର ନାଁରେ ଅନ୍ୟ କେହି ଏହି ମେଲ ପଠାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଭଏସଟି ପନ୍ନୁନର ବୋଲି ଦାବି ରହିଛି । ଧମକପୂର୍ଣ୍ଣ ମେଲ ପାଇବା ପରେ ବରିଷ୍ଠ ସାମ୍ବାଦିକ ପୋଲିସଙ୍କୁ ସୂଚନା ଦେଇଛନ୍ତି ।

ସବୁଠୁ ବଡ କଥା ହେଉଛି, ପନ୍ନୁନ୍ ପଠାଇଥିବା ମେଲର ଥିବା ଥମନେଲ୍ ଓଡିଆରେ ଲେଖା ଆସିଥିବା ଏବେ ଆଶଙ୍କା ସୃଷ୍ଟି କରିଛି । ଓଡିଶାରେ ଖଲିସ୍ତାନର ସ୍ଲିପର ସେଲ୍ କାମ କରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କେହି ଓଡିଆ ଲୋକ ପନ୍ନୁନ ସହ ସଂପର୍କରେ ଥିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

Comments are closed.