Latest Odisha News

ଏଟିଏମରୁ ଉଠାଇପାରିବେ ଇପିଏଫ ଟଙ୍କା!

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ ବୈଧ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଇପିଏଫ ୩.୦ରେ ଗ୍ରାହକଙ୍କ ପାଇଁ ଅନେକ କିଛି ସୁବିଧା ଆଣୁଛନ୍ତି ସରକାର । ଆସନ୍ତାବର୍ଷ ମଝି ଆଡକୁ ଇପିଏଫଓ ଗ୍ରାହକ ଏହି ସୁବିଧା ଦ୍ବାରା ଟେବିଟ୍ କାର୍ଡ ଜରିଆରେ ଏଟିଏମରେ ଇପିଏଫ ଟଙ୍କା ଉଠାଇପାରିବେ । ଯାହାକି ଏକ ନିର୍ଦ୍ଦିଷ୍ଟ ପରିମାଣ ଭିତରେ ସୀମିତ ରହିବ । ଏହାଦ୍ବାରା ଇପିଏଫ ଗ୍ରାହକ ଜରୁରୀକାଳୀନ ସ୍ଥିତିରେ ଟଙ୍କା ଉଠାଇପାରିବା ସହିତ ଟଙ୍କା ଉଠାଇବା ଲିମିଟେସନ୍ ସେମାନଙ୍କୁ କିଛି ସଞ୍ଚୟ କରିବାରେ ସାହାର୍ଯ୍ୟ କରିବ  ।

ରିପୋର୍ଟ ଅନୁଯାୟୀ, ଇପିଏଫରେ କର୍ମଚାରୀଙ୍କ ଅବଦାନ ଉପରେ ସରକାର ୧୨ ପ୍ରତିଶତ ପର୍ଯ୍ୟନ୍ତ ଲିମିଟେସନ ହଟାଇ ପାରନ୍ତି। ଏଥିରେ କର୍ମଚାରୀମାନଙ୍କୁ ସେମାନଙ୍କ ସଞ୍ଚୟ ଅନୁଯାୟୀ ଯୋଗଦାନ କରିବାର ବିକଳ୍ପ ଦିଆଯିବ । ଏହା ସହିତ କର୍ମଚାରୀମାନେ ଇପିଏଫରେ ଅଧିକ ରାଶି ଜମା କରି ଏକ ବଡ଼ ପାଣ୍ଠି ମଧ୍ୟ ସଞ୍ଚୟ କରିପାରିବେ । ଏଥିସହିତ ଦରମା ଅନୁଯାୟୀ ନିଯୁକ୍ତିଦାତାର ଅବଦାନ ସ୍ଥିର କରାଯିବ। ବର୍ତ୍ତମାନ କର୍ମଚାରୀମାନଙ୍କୁ ସେମାନଙ୍କର ମୌଳିକ ଦରମାର ମାତ୍ର ୧୨ ପ୍ରତିଶତ ଇପିଏଫରେ ଜମା କରିବାକୁ ପଡୁଥିବା ବେଳେ ଏହି ନୂଆ ସଂସ୍କରଣ ଦ୍ବାରା କର୍ମଚାରୀମାନେ ଇପିଏଫଓରେ ଅଧିକ ଟଙ୍କା ରଖି ପାରିବେ ।

ସବୁଠୁ ବଡ ଖୁସି ଖବର ହେଉଛି ଗ୍ରାହକ ଯେତେବେଳେ ଚାହିଁବେ ଏହି ଟଙ୍କାକୁ ଏଟିଏମ୍ ଦ୍ବାରା ଉଠାଇପାରିବେ । ଇପିଏଫଓ ୩.୦ରେ, କର୍ମଚାରୀମାନେ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇବାର ସୁବିଧା ପାଇବେ । ତେବେ ବର୍ତ୍ତମାନ କେବଳ କିଛି ବିଶେଷ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଇପିଏଫ ଟଙ୍କା ଉଠାଯାଉଥିବା ବେଳେ ଏହି ସୁବିଧାରେ ସେମାନେ କେବେ ବି ଟଙ୍କା ଉଠାଇ ପାରିବେ ମାତ୍ର ଏକ ନିର୍ଦ୍ଦିଷ୍ଟ ପରିମାଣର ।

ଏନେଇ ସେମାନଙ୍କୁ ଆବେଦନ କରିବାକୁ ପଡିବ । କର୍ମଚାରୀମାନେ ଇପିଏଫଓ ​​ୱେବସାଇଟ୍ www.epfindia.gov.in କିମ୍ବା ଉମଙ୍ଗ ଆପ୍ ମାଧ୍ୟମରେ ପିଏଫ ଟଙ୍କା ପାଇଁ ଆବେଦନ କରିପାରିବେ ।

Comments are closed.