Latest Odisha News

BREAKING NEWS

Yearly Archives

2024

ଲାଇକ ଓ ଭ୍ୟୁଜ୍ ପାଇଁ ରେଲୱେ ଟ୍ରାକରେ ରଖୁଥିଲେ ଇଟା, ସାଇକେଲ, ମୋବାଇଲ୍ ସହ ଏସବୁ ଜିନିଷ

ଲକ୍ଷ୍ନୌ: ଭାରତୀୟ ରେଳବାଇରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଯାତ୍ରା କରନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ। କିନ୍ତୁ ଯଦି କେହି ବ୍ୟକ୍ତି ରେଲୱେ ଟ୍ରାକରେ କିଛି ରଖିଦିଅନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ସୋସିଆଲ ମିଡିଆରେ ଏପରି ଏକ…

ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେଲେ ଓଆଇଏସଏଫ ଯବାନ

ଭୁବନେଶ୍ବର: ବଢିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷା ବ୍ୟବସ୍ଥା । ନନ୍ଦନକାନନକୁ ଜଗିବା ପାଇଁ ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀର ଏକ ପ୍ଲାଟୁନ୍ ଫୋର୍ସ ଯବାନ ନିୟୋଜିତ ହୋଇଛନ୍ତି । ଏହି ଫୋର୍ସ ମଧ୍ୟରେ ଅଛନ୍ତି ଜଣେ ଇନ୍ସପେକ୍ଟର, ୪ ଜଣ…

ଗୁଜରାଟରେ ବଢିବାରେ ଲାଗିଛି ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ ମାମଲା

ଅହମ୍ମଦାବାଦ: ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମରେ ଏବେ ଯାଏଁ ୧୪୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସୂଚନା ଅନୁଯାୟୀ, ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି। ଜୁଲାଇ…

କ୍ୱାର୍ଟର ଫାଇନାଲରେ ହାରିଲେ ସାଇରାଜ-ଚିରାଗ ଯୋଡି

ପ୍ୟାରିସ: ଭାରତର ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଛନ୍ତି । ଚମତ୍କାର ପ୍ରଦର୍ଶନ କରି ପଦକ ସମ୍ଭାବନା ସୃଷ୍ଟି କରିଥିବା ଏହି ଯୋଡି ଭାରତୀୟ ପ୍ରଶଂସକଙ୍କୁ…

ଅଟୋ ଓଲଟି ମହିଳା ମୃତ, ୧୦ ଆହତ

ଗୁଣପୁର: ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଅଟୋ ଟି ଓଲଟି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମାୟା ସାହୁ । ଖବର ମୁତାବକ, ଆଜି ଶ୍ରମିକମାନେ ଏକ ଅଟୋରେ କାମ ସାରି ଘରକୁ…

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଯାହା ପରେ ରାଜ୍ୟ ରାଜନୀତି ସରଗରମ ରହିଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ତେବେ…

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଅଭିଯୁକ୍ତ ସଂଜିତ ଦାସକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୨ କୋର୍ଟ। ଗତ ୨୦୨୨ ଜୁନ୍‌ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସଂଜିତ। ସୂଚନା ଅନୁସାରେ, ଗତ…

ପୂଜା ଖେଡକରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବହିଷ୍କୃତ ହୋଇଥିବା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଝଟକା ମିଳିଛି । ତାଙ୍କ ଆଗୁଆ ଜାମିନ ଆବେଦନକୁ ପଟିଆଲା ହାଉସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ନକଲି ପ୍ରମାଣପତ୍ର ବ୍ୟବହାର କରି ଆଉ କେହି ସଂରକ୍ଷଣର ସୁବିଧା ନେଇଛନ୍ତି କି ନାହିଁ ତାହା…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ

ମଥୁରା: ଉତ୍ତର ପ୍ରଦେଶରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି। ଆଗକୁ ହିନ୍ଦୁ…

ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ଏକ ସପ୍ତାହ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ,…