Latest Odisha News

BREAKING NEWS

Yearly Archives

2024

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; ୧୪ ମୃତ

ଡେରାଡୁନ୍: ହିମାଚଳ ପ୍ରଦେଶ ଏବଂ ପଡୋଶୀ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ରାଜ୍ୟରେ ଆହୁରି ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅପରପକ୍ଷେ ଉଦ୍ଧାର କାର୍ଯ୍ୟ…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। https://twitter.com/AprajitaSarangi/status/1818855051592384985 ୨୦୨୫ ଏପ୍ରିଲ ୩୦ରେ ଏହି…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…

ଆଗକୁ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ବଢିବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି । ଯାହା ଶୁକ୍ରବାର ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ପଶ୍ଚିମ ଓ…

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ତେଜିଲା ବିବାଦ

ଭୁବନେଶ୍ବର: ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ତେଜିଲା ବିବାଦ । ତାଙ୍କ ନାଁରେ ଭିଜିଲାନ୍ସ ମାମଲା ଥାଇ ମଧ୍ୟ ସେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କିପରି ହେଲେ ବୋଲି ପଚାରି ଘେରିଛନ୍ତି ବିରୋଧି ବିଜେଡି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏମିତି କିଛି ସଙ୍ଗୀନ…

ସେନା ଡାକ୍ତରୀ ସେବାରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନା ନାୟର

ନୂଆଦିଲ୍ଲୀ: ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର ବୁଧବାର ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପଦ ପାଇଁ ସେ ହେବେ ପ୍ରଥମ ମହିଳା । ତେବେ ଭାରତୀୟ ସେନାର ଡାକ୍ତରୀ ବିଭାଗରେ ପ୍ରଥମ ମହିଳା ଡିଜି ସାଧନା…

ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା, ତାଙ୍କ ନାଁରେ ଥିଲା ୫୦ଟି ମାମଲା

କୋରାପୁଟ: ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା। ସମସ୍ତ ୫୦ ଟି ଯାକ ମାମଲାରୁ ନିର୍ଦ୍ଦୋଷରେ ଖଲାସ। ୨୦୦୯ରେ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ଜେଲ୍ ଯାଇଥିଲେ। କୋରାପୁଟ ଜିଲ୍ଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନିର୍ଦ୍ଦୋଷ ପ୍ରମାଣିତ…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ଗୋଟିଏ ପରିବାରର ୫ଜଣ ଗୁରୁତର

ସୁବର୍ଣ୍ଣପୁର: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ। ଏଥିରେ ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତ୍ରିରେ ଗୋଟିଏ ପରିବାର ଶୋଇଥିବା ବେଳେ ଘର ପଡିଯିବାରୁ ପରିବାରର ୫ ଜଣ ବ୍ୟକ୍ତି…

ୱାଏନାଡରେ ଭୂସ୍ଖଳନ; ୨୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ

ୱାଏନାଡ଼: କେରଳ ଜଳପ୍ରଳୟରେ ୨୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା। ଏବେ ବି ମାଟି ଅତଡ଼ା ତଳେ ଫସିଛନ୍ତି ୨୨୭ ଜଣ। ୨୦୦ରୁ ଅଧିକ ଆହତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନରେ ଅଛନ୍ତି। ୧୫୯୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି।…

ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କାରେ ୨ ବର୍ଷର ଶିଶୁ କନ୍ୟା ମୃତ

ନବରଙ୍ଗପୁର: ଡାବୁଗାଁ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଭୟଙ୍କର ଦୁର୍ଘଟଣା। ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କାରେ ଜଣେ ୨ ବର୍ଷର ଶିଶୁ କନ୍ୟା ମୃତ। ଦୁର୍ଘଟଣାରେ ବାପା ତୁଳସୀ ଗୌଡ଼ ଗୁରୁତର ଥିବାବେଳେ ପୁଅ ସାଇ ଗୌଡ଼ ଆହତ ହୋଇଛନ୍ତି। ବାପା ତୁଳସୀ ଗୌଡ଼କୁ ଡ଼ାବୁଗାଁ ମେଡିକାଲ ପରେ ନବରଙ୍ଗପୁର…