Latest Odisha News

BREAKING NEWS

Yearly Archives

2025

ଅଟାରୀ ବର୍ଡରରେ ବିଟିଂ ରିଟ୍ରିଟ୍ ବେଳେ ଖୋଲାଯିବନି ଗେଟ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଯାହା ପରେ ପଞ୍ଜାବର ଅଟାରୀ, ହୁସେନିୱାଲା ଏବଂ ସଦକିରେ ରିଟ୍ରିଟ୍ ସମାରୋହ ସମୟରେ ଔପଚାରିକ ପ୍ରଦର୍ଶନର ପରିମାଣ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି

ଭୁବନେଶ୍ବର:ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ   …

ଟି୨୦ କ୍ରିକେଟରେ ଗେଲଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ଷ୍ଟାର ଖେଳାଳି ବିରାଟ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ସହ କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ଏହି ମ୍ୟାଚରେ ୪୨ ବଲରେ ୭୦ ରନ…

୪୦° ଉପରେ ରାଜ୍ୟର ୧୬ ସହରର ତାପମାତ୍ରା, ଝାରସୁଗୁଡାରେ ସର୍ବାଧିକ

ଭୁବନେଶ୍ୱର: ଝାରସୁଗୁଡାରେ ଦିନର ତାପମାତ୍ରା ସର୍ବାଧିକ ୪୫.୨° ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦° ସେଲସିୟସ୍ ଅତିକ୍ରମ କରିଛି। ଗତ ବୁଧବାର ଝାରସୁଗୁଡାରେ ତାପମାତ୍ରା ୪୫.୪° ସେଲସିୟସ୍ ରହିଥିଲା। ତେବେ ସହରରେ ମଙ୍ଗଳବାର…

ଆତଙ୍କବାଦୀ ଆକ୍ରମଣ: ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବ ରିଲାଏନ୍ସ

ମୁମ୍ବାଇ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୁଃଖିତ। ଏହି ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ରିଲାଏନ୍ସ ପରିବାର ଗଭୀର ଶୋକ ପ୍ରକାଶ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ…

ପହଲଗାମ ଆକ୍ରମଣ ପଛରେ ମୋର ହାତ ନାହିଁ: ମାଷ୍ଟରମାଇଣ୍ଡ ସୈଫୁଲ୍ଲା ଖାଲିଦ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଆତଙ୍କବାଦୀ ମାନେ ନିର୍ଦ୍ଦୋଷ ଲୋକଙ୍କୁ ଗୁଳି କରି ହତ୍ୟା କରିବା ପରେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଛି। ତେବେ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ କରିଦେଇଛି।…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ସମାଲୋଚିତ ହେଉଛନ୍ତି ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛନ୍ତି । ନିରୀହ ବ୍ୟକ୍ତିଙ୍କ ରକ୍ତର ହୋରି ଖେଳିଥିବା ଆତଙ୍କବାଦୀଙ୍କ ବିପକ୍ଷରେ କିନ୍ତୁ ପାକିସ୍ତାନ କ୍ରିକେଟର ନୀରବତା ସମସ୍ତଙ୍କୁ ଚକିତ କରିଛି । ଏ ପର୍ଯ୍ୟନ୍ତ ସେମାନେ କୌଣସି ପୋଷ୍ଟ ମାଧ୍ୟମରେ ଏ ନେଇ ଦୁଃଖ ପ୍ରକାଶ…

ଜାତୀୟ ପାର୍କ ମାନ୍ୟତା ପାଇଲା ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ଜାତୀୟ ପାର୍କ ଭାବରେ ସୂଚିତ କରିଛନ୍ତି। ଉକ୍ତ ଅଞ୍ଚଳର ଯେକୌଣସି ଜମି ସମ୍ପର୍କରେ କରାଯାଇଥିବା ସମସ୍ତ ଦାବି ରାଜ୍ୟ ସରକାରଙ୍କ ଦ୍ୱାରା ନିଷ୍କାସନ କରାଯାଇଛି ଏବଂ ଜାତୀୟ ଉଦ୍ୟାନ ମଧ୍ୟରେ…

କିଏ କହିଲେ ଯୁବିଙ୍କଠାରୁ ପ୍ରଶିକ୍ଷଣ ନେଲେ ଗେଲଙ୍କ ପରି ଖେଳିବେ ଅର୍ଜୁନ

ମୁମ୍ବାଇ: ଅର୍ଜୁନ ତେନ୍ଦୁଲକର ୨୦୨୫ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ଇତି ମଧ୍ୟରେ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି…

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ୩ ନୌସେନା ଅଧିକାରୀ ଗିରଫ

ଖୋର୍ଦ୍ଧା: ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । ସୂଚନା ମୁତାବକ,ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ…