Latest Odisha News

BREAKING NEWS

Yearly Archives

2026

ସାରା ବିଶ୍ୱରେ ଦେଖିବାକୁ ମିଳିବ ଭାରତର ଦବଦବା: ମେଟ୍ରୋ ରେଳ ନେଟୱାର୍କରେ ଆମେରିକାକୁ ଟପିବ ଭାରତ

ଇନ୍ଦୋର: ଆଗାମୀ ଦୁଇ ବର୍ଷ ଭିତରେ ଭାରତୀୟ ମେଟ୍ରୋ ରେଳ ନେଟୱାର୍କ ଆମେରିକାକୁ ପଛରେ ପକାଇ ଏକ ନୂଆ ଇତିହାସ ରଚିବାକୁ ଯାଉଛି । ଦ୍ରୁତ ସହରୀକରଣ ଯୋଗୁଁ ବିଭିନ୍ନ ସହରକୁ ମେଟ୍ରୋ ସଂଯୋଗ ପ୍ରକ୍ରିୟା ଜାରି ରହିଥିବା ବେଳେ, ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କରେ…

ଆଣ୍ଡ୍ରଏଡ୍ ଲୋଗୋରେ କାହିଁକି ରହିଛି ଏକ ସବୁଜ ରଙ୍ଗର ରୋବଟ୍? ଜାଣନ୍ତୁ ଏହାର ରୋଚକ କାହାଣୀ

ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଆଉ ଯେତେବେଳେ ସ୍ମାର୍ଟଫୋନ୍ କଥା ଉଠେ, ସେତେବେଳେ ଆଣ୍ଡ୍ରଏଡ୍ ଏବଂ ଏହାର 'ସବୁଜ ରୋବଟ୍' ଲୋଗୋ ଆମ ଆଖି ସାମ୍ନାକୁ ଆସିଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ବିଶ୍ୱର ଏହି ଲୋକପ୍ରିୟ…

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ? ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଛକାପଞ୍ଝା ସ୍ଥିତି ଆଜି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଡିଜିପି ଚୟନ ପାଇଁ ରାଜ୍ୟ ସରକାର ୟୁପିଏସସିକୁ ପ୍ରଦାନ କରିଥିବା ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ…

ଇଣ୍ଟିମେଟ୍ ସିନ୍ ବେଳେ ଅସହଜ ଲାଗିଲେ କ’ଣ କରନ୍ତି ଷ୍ଟାର୍? ଅଭିନେତ୍ରୀ ରସିକା ଦୁଗ୍ଗଲ କହିଲେ ଏହାର ପଛର ସତ

ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ର ଅପାର ସଫଳତା ପରେ ଏବେ ଏହା ଉପରେ ଆଧାରିତ ‘ମିର୍ଜାପୁର- ଦ ମୁଭି’ ବଡ଼ ପରଦାକୁ ଆସିସାରିଛି ଏବଂ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି । ସିରିଜ୍ ଭଳି ଫିଲ୍ମରେ ମଧ୍ୟ ଅନେକ ଚର୍ଚ୍ଚିତ ଚରିତ୍ର ପୁନର୍ବାର ନଜର ଆସିଛନ୍ତି, ଯେଉଁଥିରେ…

ଅଧିକ ଭଡ଼ା ନେଉଥିଲେ, ହେଲେ କରୁନଥିଲେ ରକ୍ଷଣାବେକ୍ଷଣ: ଘର ମାଲିକଙ୍କ ଖାମଖିଆଲି ମନୋଭାବ ନେଲା ନିରୀହ ପିଲାଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଛାତିଥରା ଅଘଟଣ ଘଟିଛି। ଛାତ୍ରଛାତ୍ରୀଙ୍କ ଗହଳିରେ ସବୁବେଳେ ଚଳଚଞ୍ଚଳ ରହୁଥିବା ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ ବହୁମହଲା ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଭୟଙ୍କର ବିପର୍ଯ୍ୟୟରେ ପିଜିରେ ରହୁଥିବା ଏକାଧିକ…

ବିମାନବନ୍ଦରରେ ବଡ଼ ଧରଣର ଦୁର୍ଘଟଣା: ରନ୍‌ୱେରୁ ଖସିଲା ଆମାଜନ୍ କାର୍ଗୋ ବିମାନ, ଏକାଧିକ ମୃତ

ମିଆମି (ଆମେରିକା): ଆମେରିକାର ଫ୍ଲୋରିଡା ପ୍ରଦେଶ ଅନ୍ତର୍ଗତ ମିଆମି ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍‌ର ଏକ 'ପ୍ରାଇମ୍ ଏୟାର୍' କାର୍ଗୋ ବିମାନ ଅବତରଣ କରିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରନ୍‌ୱେରୁ…

Satya Niketan PG collapse:କୋଠା ଅଘଟଣ, ବଢୁଛି ମୃତ୍ୟୁ; ପିଜି ମାଲିକଙ୍କ ବିରୋଧରେ ମାମଲା ରୁଜୁ, ମାଜିଷ୍ଟ୍ରେଟ୍…

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଅନେକ ଛାତ୍ର ଭଗ୍ନାବଶେଷରେ ଫସି ରହିଛନ୍ତି । ଦମକଳ ବାହିନୀ, NDRF ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି କୋଠା ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ…

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ପୋଲିସ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗିରଫ;ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ

କଟକ:ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ଧରିଥିଲା…

ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…