Latest Odisha News

BREAKING NEWS

୨୧ ଜଣଙ୍କୁ ମିଳିଲା ‘ସାଧୁତା ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହିତ , ବିଶ୍ୱନାଥ ପଟ୍ଟନାୟକ,  ପ୍ରମୋଦ କିଶୋର ପରିଡା, ଭୋଳାନାଥ ମହାରଣା, ତନ୍ମୟ କୁମାର ସ୍ୱାଇଁ, ଗୟାଧର ପରିଡା, ମୃତ୍ୟୁଞ୍ଜୟ ସଢଙ୍ଗୀ, ରାଜିବ ନୟନ ରଥଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୨୧ ଜଣଙ୍କୁ ‘ସାଧୁତା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା ।

ସ୍ତମ୍ଭକାର ସୁଧାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ‘ପୁଣ୍ୟ ଉତ୍କଳ’ ତଥା ‘ସାଇ ଦର୍ଶନ’ ର ସମ୍ପାଦକ ମନୋରଂଜନ ମହାପାତ୍ର, ଏସ୍‌. ଆର. ମାଇନ୍‌ସର ଉପ ସଭାପତି ସାମସୁନ୍ଦର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ‘ସାଧୁତା’ର ନିର୍ଭିକତା ଓ ସତ୍ୟତା ଓ ନିରପେକ୍ଷତାକୁ ପ୍ରଶଂସା କରିଥିଲେ ଏହା ସହ ବିଶିଷ୍ଟ ସମାଜସେବୀ ବନ୍ଦନା ପଣ୍ଡାଙ୍କ ସମାଜସେବାର ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ସେବା ମନୋଭାବ ବଜାୟ ରଖିବା ପାଇଁ  ପରମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ‘ସାଧୁତା’ ର ମୁଖ୍ୟ ସମ୍ପାଦକ ଲୋକନାଥ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସମ୍ପାଦିକା କାମିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.