Latest Odisha News

BREAKING NEWS

ଯାତ୍ରୀସେବା ନା ନିର୍ବାଚନୀ ଥୋପ ? ଓଡ଼ିଶା-ତେଲେଙ୍ଗାନା ମଧ୍ୟରେ ୨୩ ବସ ଗଡିବା ପାଇଁ ଅନୁମତି ଦେଲେ କେସିଆର

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରୁଛି କି ଭାରତ ରାଷ୍ଟ୍ର ସମିତି ବା ବିଆରଏସ ? ସେବା ଯୋଗାଇ ଗୋଟାଉଛି କି ସମର୍ଥନ ବଳ ? ଯାତ୍ରୀ ସେବାରୁ ଆରମ୍ଭ କରୁଛି କି ନୀର୍ବାଚନୀ ଗୋଟି ଚାଳନା ? ଅବିଭକ୍ତ କୋରାପୁଟରୁ ତେଲେଙ୍ଗାନା ରୁଟରେ ୨୩ ବସ ଚଳାଚଳ ପାଇଁ ଦୁଇରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ପରେ ଏମିତି କିଛି ପ୍ରଶ୍ନ ଉଠିଛି ।

BjdElectrycity

ଓଡିଶାର ୫ଟି ରୁଟ ଏବଂ ତେଲେଙ୍ଗାନାର ୪ଟି ରୁଟରେ ଖୁବଶୀଘ୍ର ଗଡ଼ିବ ବସ । ସହଜ ହେବ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ । ଏ ନେଇ ଦୁଇ ରାଜ୍ୟ ପରିବହନ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏ ନେଇ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ପୂର୍ବରୁ ଏହି ରୁଟରେ ବସ ଚଳାଚଳ ପାଇଁ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଉଦ୍ୟମ ହୋଇଥିଲେ ହେଁ ତେଲେଙ୍ଗାନା ସରକାର ଅନୁମତି ଦେଉ ନ ଥିଲେ । ହେଲେ ଏବେ ତେଲେଙ୍ଗାନା ମୁ୍ଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏଥିପାଇ
ଅନୁମତି ଦେଇଛନ୍ତି ।

ଏଠି ମନେ ପକେଇ ଦେବାକୁ ଚାହିଁବୁ, ଆଗାମୀ ୨୦୨୪ ନିର୍ବାଚନରେ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ଓଡ଼ିଶାରେ ନିର୍ବାଚନ ଲଢିବାର ଲକ୍ଷ୍ୟ ରଖିଛି ।    ଓଡ଼ିଶାରେ ବିଆରଏସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଦକ୍ଷିଣ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ଜୟରାମ ପାଙ୍ଗଙ୍କ ସମେତ ବହୁ ନେତା ବିଆରଏସରେ ସାମିଲ ହୋଇଛନ୍ତି । ଏହା ପରେ ବିଆରଏସ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଭେଟିଥିଲେ ।  ଏହି ସାକ୍ଷାତ ପରେ ବିଜୟ ମହାପାତ୍ର ବିଆରଏସରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଥିଲା   । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ବିଆରଏସ ଯାତ୍ରୀ ସେବାରୁ ତାର ରାଜନୈତିକ ଗୋଟି ଚାଳନା ଆରମ୍ଭ କରୁଛି କି ବୋଲି ଏବେ ପ୍ରଶ୍ନ ଉଠିଛି ।

ଯାହା ବି ହେଉ, ଗତ ୨୩ ତାରିଖରେ ହାଇଦ୍ରାବାଦରେ ଟିଆରଏସଟିସି ଅଧ୍ୟକ୍ଷ, ଟିଆରଟିସି ଏମଡି, ଓଏସଆରଟିସି ଏମଡିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।ଏହି ଚୁକ୍ତି ଅନୁଯାୟୀ, ଓଏସଆରଟିସି  ପକ୍ଷରୁ ଚାଲୁଥିବା ୧୩ଟି ବସ ମଧ୍ୟରୁ ଜୟପୁର-ହାଇଦ୍ରାବାଦ ମଧ୍ୟରେ ୨ଟି, ନବରଙ୍ଗପୁର-ହାଇଦ୍ରାବାଦ ମଧ୍ୟରେ ୪ଟି, ଭବାନୀପାଟଣା-ବିଜୟୱାଡା ଭାୟା ଭଦ୍ରାଚଳମକୁ ୨ଟି, ରାୟଗଡା-କରିମନଗର ମଧ୍ୟରେ ୨ଟି, ଜୟପୁର-ଭଦ୍ରାଚଳମ ମଧ୍ୟରେ ୩ଟି ବସ ଗଡିବ ।

ସେହିପରି ତେଲେଙ୍ଗାନା ପକ୍ଷରୁ ହାଇଦ୍ରାବାଦ-ଜୟପୁର ମଧ୍ୟରେ ୨ଟି, ଖମାମ-ରାୟଗଡା ମଧ୍ୟରେ ୨ଟି, ଭବାନୀପାଟଣା-ବିଜୟୱାଡା ଭାୟା ଭଦ୍ରାଳଚମ  ଦେଇ ୨ଟି ଏବଂ ଭଦ୍ରାଚଳମ-ଜୟପୁର ମଧ୍ୟରେ ୪ ବସ ଗଡିବ । କେସିଆରଙ୍କ ଉଦ୍ୟମରେ ଏହି ବସ ଚଳାଚଳ ଆରମ୍ଭ ହୋଇଥିବାରୁ ବିଆରଏସ ନେତା ଗରିଧର ଗମାଙ୍ଗ କେସିଆରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.