Latest Odisha News

BREAKING NEWS

ମାର୍ଚ୍ଚ ୨ ଯାଏଁ ଓଡିଶାରେ ଜାରି ରହିବ ଘନ କୁହୁଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଘନ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । ଏପରିକି ୧୦ମି.ରୁ ଆଗକୁ ରାସ୍ତା ଦୃଶ୍ୟମାନ ନହେବାଫଳରେ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା ।

ଏହାବ୍ୟତିତ ଭଦ୍ରକ, କେନ୍ଦ୍ରାଡା, ଅନୁଗୁଳ, ଜଗତସିଂହୁର, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏଭଳି ଘନ କୁହୁଡି ଦେଖାଦେଇଥିଲା ।

ଭାରତୀୟ ପାଣିାଗ ବିଭାଗ (ଆଇଏମଡି)ର ସକାଳ ବୁଲେଟିନ୍ ଅନୁଯାୟୀ ଆଗାମୀ ୨ ଦିନ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ଜାରି ରହିବ । ପରବର୍ତ୍ତୀ ସମୟରେ ତଥା ମାର୍ଚ୍ଚ ୨ ପରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ସ୍ଥାନେସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏହାର ପରବର୍ତ୍ତୀ ସମୟରେ ତାପମାତ୍ରା ଧିରେଧିରେ ୨-୪ ଡିଗ୍ରୀ ସେଲସିୟସ ଯାଏଁ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.