Latest Odisha News

ମହାରାଷ୍ଟ୍ରରେ ପୋଲିସ ମାଓବାଦୀ ମୁହାଁମୁହିଁ, ୨୬ ନକ୍ସଲ ନିହତ

ଭୁବନେଶ୍ୱର: ଆଜି ସକାଳୁସକାଳୁ ପୋଲିସ ଓ ମାଓବାଦୀଙ୍କ ଗୁଳିରେ ଗର୍ଜି ଉଠିଥିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା । ଜାରି ରହିଥିଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନବରତ ଗୁଳି ବିନିମୟ । ସଦ୍ୟ ସ୍ଥିତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି ।

ମାଓବାଦୀଙ୍କ ଗଡ ବୋଲାଉଥିବା ଗଡଚିରୋଲି ଜିଲ୍ଲାର କୋତଗୁଲ-ଗ୍ୟାରାପତ୍ତି ଜଙ୍ଗଲରେ ଲୁଚି ରହିଥିଲେ ଶତାଧିକ ମାଓବାଦୀ । ମାଓବାଦୀ ଶିବିର ବିଷୟରେ ଗୁଇନ୍ଦା ସୁତ୍ରରୁ ଖବର ପାଇ କୁମ୍ବିଂ ଅପରେସନ ପାଇଁ ଯୋଜନା ରଚିଥିଲେ ଅତିରିକ୍ତ ଏସ୍‌ପି ସମ୍ୟ ମୁଣ୍ଡେ । ବାହାରିପଡିଥିଲେ ସି-୬୦ ବାହିନୀର ଯବାନ ଓ ପୋଲିସ । ଘଟଣାସ୍ଥଳରେ ପହଂଚିବା ପରେ ପୋଲିସକୁ ଦେଖି ଗୁଳା ଚାଳନା କରିଥିଲେ ମାଓବାଦୀ । ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିମାଡ କରିଥିଲେ ।

ଦୀର୍ଘ ୨ ଘଣ୍ଟା ଧରି ଲଗାତାର ଗୁଳିବିନିମୟରେ ୨୬ ଜଣ ନକ୍ସଲ ନିହତ ହୋଇଥିଲାବେଳେ ଆହତ ହୋଇଛନ୍ତି ୩ ଜଣ ସି-୬୦ ବାହିନୀ ଯବାନ । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ନାଗପୁର ପଠାଯାଇଥିଲା । ପରେ ସର୍ଚ୍ଚ ଅପରେସନରେ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଗଡଚିରୋଲିରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଏସ୍‌ପି ଅଙ୍କିତ ଗୋଏଲ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.