Latest Odisha News

BREAKING NEWS

[ଭିଡ଼ିଓ] ରଙ୍ଗ ବଦଳାଉଥିବା ମା’ଧାରୀ ଦେବୀ ମୂର୍ତ୍ତି

ଜମ୍ମୁ: ଶୁଣିଲେ ଘଟଣା ବେଶ ଆଶ୍ଚର୍ଯ୍ୟ ଲାଗେ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଆମ ସାମନାରେ ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟିଚାଲିଛି। ଯାହାର ସତ୍ୟତା କିନ୍ତୁ ଆମକୁ ଅଗୋଚର ରହିଛି ।

ସେହିଭଳି ଏକ ମନ୍ଦିର ରହିଛି ଉତ୍ତରାଖଣ୍ଡରେ । ଶ୍ରୀନଗରଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ରହିଛି ଧାରୀ ଦେବୀ ମନ୍ଦିର । ଏହି ମନ୍ଦିରରେ ପ୍ରତିଦିନ ଆଶ୍ଚର୍ଯ୍ୟଜନକ ଘଟଣା ମାନ ଘଟୁଛି । ଯେମିତି ଏହି ଦେବୀ ମନ୍ଦିରରେ ଦିନକୁ ୩ ଥର ଦେବୀଙ୍କର ରଙ୍ଗ ପରିବର୍ତ୍ତନ ହୋଇଥାଏ । ଆଖି ସାମନାରେ ଦେବୀଙ୍କ ମୂର୍ତ୍ତିର ରଙ୍ଗ ପରିବର୍ତ୍ତନ ହୋବର ଦେଖନ୍ତି ଲୋକେ । କୁହାଯାଏ ଯେ ମା’ଧାରୀ ଦେବୀଙ୍କ ମୂର୍ତ୍ତି ସକାଳେ ଝିଅ ପରି ଦେଖାଯାଏ । ମଧ୍ୟାହ୍ନରେ ଯୁବତୀଙ୍କ ରୂପରେ ପରିଣତ ହୋଇଥାଏ । ଏହାସହ ସନ୍ଧ୍ୟାରେ ମନ୍ଦିରରେ ଥିବା ମା’ଙ୍କ ମୂର୍ତ୍ତି ଜଣେ ବୁଢ଼ୀ ମହିଳାଙ୍କ ରୂପରେ ଦର୍ଶନ ଦିଅନ୍ତି । ଏନେଇ ମଧ୍ୟ ରହିଛି ବହୁ ପୁରୁଣା କିମ୍ବଦନ୍ତୀ ।ମା’ଙ୍କ ଅବସ୍ଥିତି ନେଇ ଶ୍ରଦ୍ଧାଳୁଙ୍କ ମନରେ ଅନେକ କଥା। ତେବେ ପୁରାଣରେ କୁହାଯାଇଛି ଯେ ଥରେ ପ୍ରବଳ ବନ୍ୟାରେ ମାତାଙ୍କ ମନ୍ଦିର ଧୋଇ ହୋଇଯାଇଥିଲା । ମନ୍ଦିର ସହିତ ମା’ଙ୍କ ମୂର୍ତ୍ତି ମଧ୍ୟ ବନ୍ୟାରେ ଧୋଇ ଯାଇଥିଲା । ହେଲେ ଧରୋ ଗ୍ରାମ ନିକଟରେ ଗୋଟିଏ ପଥରରେ ମାଡ଼ ହେବା ପରେ ମା’ଙ୍କ ମୂର୍ତ୍ତି ସେଠି ଅଟକି ଯାଇଥିଲା।ଆଉ ସେବେଠାରୁ ମା’ ଧାରୀଦେବୀ ନାଁରେ ନାମିତ ହୋଇ ପୂଜା ପାଉଛନ୍ତି । ମନ୍ଦିରରେ ପ୍ରତିଦିନ କିଛି ନା କିଛି ଅଲୌକିକ ଘଟଣାମାନ ଘଟିଚାଲିଛି ।  ଆଉ ଏହି ମୂର୍ତ୍ତିର ତିନିଥର ରୂପ ରଙ୍ଗ ବଦଳାଇବା ଯେମିତି ସାଧାରଣ ପାଲଟିଛି । ହେଲେ ଏହାର ରହସ୍ୟ କିନ୍ତୁ ସମସ୍ତଙ୍କୁ ଅଗୋଚରରେ ରହିଛି ।ମା’’ଙ୍କ ମୂର୍ତ୍ତିର ପରିବର୍ତ୍ତନର ରହସ୍ୟ ଜାଣିବାକୁ ବହୁ ପ୍ରୟାସ କରାଯାଇଛି । ହେଲେ ସମସ୍ତ ପ୍ରୟାସ କିନ୍ତୁ ଫେଲ୍ ମାରିଛି । ସମସ୍ତ ରହସ୍ୟ କେବଳ ରହସ୍ୟ ଘେରରେ ରହିଯାଇଛି ।

Leave A Reply

Your email address will not be published.