Latest Odisha News

BREAKING NEWS

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ସହ ହରିଣ ଛାଲ ଜବତ । ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ ଅପରାଧ ଆଇନରେ ଗିରଫ କରାଯାଇଛି ।

ତେବେ କଲରାପତରିଆ ଓ ହରିଣ ଛାଲ ଖଗେଶ୍ୱର କେଉଁଠୁ ଆଣିଲେ ? ନିଜେ ଶିକାର କରିଥିଲେ ନା ଆଉ କିଏ ଶିକାର କରିଛି ? ସେନେଇ ଏସଟିଏଫ୍ ଓ ପୋଲିସ ଖଗେଶ୍ୱରଙ୍କୁ ପଚରାଉଚରା କରୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।

ଖଗେଶ୍ୱରଙ୍କ ବିରୋଧରେ ଏସଟିଏଫ୍ ମାମଲା ରୁଜୁ କରିବା ସହ ଆଇପିସି ଧାରା ୩୭୯/୪୧୧/୧୨୦(ବି) ଓ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ର ସେକ୍ସନ୍ ୫୧ରେ ମାମଲା ରୁଜୁ କରିଛି । ଜବତ ଛାଲର ଯାଞ୍ଚ ପାଇଁ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇକୁ ପଠାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.