Latest Odisha News

ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଛତିଶଗଡ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ-ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ଯବାନ । ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାର କୈଲିବେଡା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ବିଏସଏଫ ବାହିନୀ ପକ୍ଷରୁ ମିଳିତ ଭାବେ ସେହି ସ୍ଥାନରେ ଚଢାଉ କରିଥିଲେ । ଉଭୟ ପକ୍ଷରୁ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ୍‌ ସର୍ଚ୍ଚ ଅପରେସନ୍ ବେଳେ ୩ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.