Latest Odisha News

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ଆଉ ୩ ପଜିଟିଭ ।

ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଜଣେ ମୟୁରଭଞ୍ଜ ଜିଲ୍ଲାର ଜଣେ ଓ କଟକ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ମୋଟ ସଂଖ୍ୟା ୬୧ ରେ ପହଂଚିଛି ।

ଆଜି ସକାଳୁ ଚିହ୍ନଟ ହୋଇଥିଲେ ୧୪ ପଜିଟିଭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.