Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ୩ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ହୋମ୍ କ୍ୱାରେଂଟିନରେ ଥିବା ବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବିଏମସି ସୂଚନା ଦେଇଛି । ରାଜଧାନୀର ଭିମପୁର ଅଂଚଳର ୨୭ ବର୍ଷିୟ ଆକ୍ରାନ୍ତ ଯୁବକ ନିକଟରେ ଦିଲ୍ଲୀରୁ ଫେରିଥିଲେ ।

ସେହିପରି ଭରତପୁର କଳିଙ୍ଗ ଷ୍ଟୁଡିଓ ନିକଟରୁ ଚିହ୍ନଟ ହୋଇଥିବା ୩୬ ବର୍ଷିୟ ଯୁବକଙ୍କ ମଧ୍ୟ ଦିଲ୍ଲୀ ଗସ୍ତ ବିବରଣୀ ରହିଛି । ଡୁମଡୁମା ଏଚବି କଲୋନୀର ୪୮ ବର୍ଷିୟ ଆକ୍ରାନ୍ତ ବ୍ୟକ୍ତି ନିକଟରେ ଗଂଜାମ ଜିଲ୍ଲାରୁ ଫେରିଥିଲେ ।

୩ଜଣ ନୂଆ ଆକ୍ରାନ୍ତଙ୍କ ଭିତରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ଜାଗମରା ଅଂଚଳର ୩୫ ବର୍ଷିୟ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି । କେବଳ ରାଜଧାନୀରେ ଏଯାଏ ୧୦୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.