Latest Odisha News

BREAKING NEWS

ସୁନ୍ଦରଗଡରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଶୁକ୍ରବାର ଦିନ ଆଉ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତ ଜଣକ ମହିଳା । ସେ ନିକଟ ଅତୀତରେ ଦିଲ୍ଲୀରୁ ଫେରିଥିବା ବେଳେ ବିପିୟୁଟି ସ୍ଥିତ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ।

ଅପରପକ୍ଷରେ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲାର ହାଇଟେକ୍ କୋଭିଡ ମେଡିକାଲକୁ ପଠାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.