Latest Odisha News

ବ୍ରହ୍ମପୁରରେ ୩ ସାମ୍ବାଦିକ କରୋନା ପଜିଟିଭ

ବ୍ରହ୍ମପୁର: ଜଣେ ଫଟୋ ସାମ୍ବାଦିକ ଓ ଅନ୍ୟ ଜଣେ ଭିଡିଓ ସାମ୍ବାଦିକଙ୍କ ସମେତ ବ୍ରହ୍ମପୁରରେ ତିନିଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ସେମାନଙ୍କୁ ଶୀତଳପାଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ସାମ୍ବାଦିକ ମାନେ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଯିଏକି ‘ଗାଞ୍ଜା ସିଗାରେଟ୍’ ବିକ୍ରି କରିବା ଅଭିଯୋଗରେ ଗତ ଜୁନ୍ ୩୦ରେ ପୋଲିସ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିଲା। ପରବର୍ତ୍ତୀ ସମୟରେ ସର୍କଲ୍ ଜେଲରେ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲେ।

ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ୨୦ ଜଣ ସାମ୍ବାଦିକ ଏବଂ ଉପ ଜିଲ୍ଲାପାଳଙ୍କ ସମେତ ୧୫ ଜଣ କର୍ମଚାରୀ, ୧୦ ଜଣ ଅବକାରୀ ବିଭାଗ କର୍ମଚାରୀ କାଲୁ ପାତ୍ର ସାହି ଯାଇଥିଲେ ବୋଲି ସୁତ୍ରରୁ ପ୍ରକାଶ।

ଏଥିସହିତ ପ୍ରେସ୍ କ୍ଲବର ସଦସ୍ୟମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.