ଡେରାଡୁନ: ଉତରାଖଣ୍ଡରେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ୩ କଂଗ୍ରେସ ନେତା ହଠାତ ଆମ ଆଦମୀ ପାର୍ଟିରେ ଯୋଗ ଦେବା ରାଜନୈତିକ ବାତାବରଣକୁ ଚଳଚଂଚଳ କରି ଦେଇଛି । ଏହି ୩ଜଣ ହେଲେ ରାଜେନ୍ଦ୍ର ପ୍ରସାଦ ରତୁରୀ, କମଲେଶ ରମଣ ଓ କୁଲଦୀପ ଚୌଧୁରୀ । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପସ୍ଥିତିରେ ସେମାନେ ଆପରେ ସାମିଲ ହୋଇଥିଲେ । ଏହା ପରେ ହରେକ ସିଂଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ ଏହି ବୈଠକରେ ଯୋଗ ଦେଇ ନ ଥିଲେ । ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ୯ଜଣ ବିଜେପିରେ ଯୋଗ ଦେଇଥିଲେ । ୨୦୨୨ ବିଫଳତା ଦଳର ନେତାମାନଙ୍କୁ ଅନ୍ୟ ପାର୍ଟି ପ୍ରତି ମୁହାଁଇବାକୁ ବାଧ୍ୟ କରୁଛି । ଆପ ଆଗାମୀ ନିର୍ବାଚନରେ ହିମାଚଳପ୍ରଦେଶରେ ଭଲ ପ୍ରଦର୍ଶନ ନେଇ ଆଶାୟୀ ଅଛି ।
BREAKING NEWS
- ‘ଗୋଟିଏ ସମ୍ପ୍ରଦାୟକୁ ପ୍ରାଥମିକତା’: ବିଚାରପତିଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ସିଜେଆଇ ଗଭାଇ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି
- ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍କୁ ମିଳିଲା ଅନୁମୋଦନ: ଲୋକସଭା, ବିଧାନସଭାରେ ୫୦% ସିଟ୍ ବୃଦ୍ଧି
- ଜେଟ୍ର ପୂର୍ବତନ କର୍ମଚାରୀମାନେ PF ଓ ଗ୍ରାଚ୍ୟୁଇଟି ବାବଦକୁ ପାଇବେ ୪୮୦ କୋଟି ଟଙ୍କା
- ପଞ୍ଜାବ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ
- ୧୪୦୮ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା, ୭ ଦଫା ଦାବିରେ କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳୀନ ଆନ୍ଦୋଳନ
- Cuttack Bali Jatra:କଟକ ବାଲିଯାତ୍ରାରେ ଆଜି ବନ୍ଦ ରହିବ ଦୋଳିଖେଳ
- High Profile Divorce Case: ଦକ୍ଷିଣ କୋରିଆର ସବୁଠୁ ମହଙ୍ଗା ୫୫୦୦ କୋଟିର ଛାଡପତ୍ର…
- ଚଳନ୍ତା ଟ୍ରେନରେ ଏସି କୋଚରେ ଆଳତୀ କଲେ, ଶଙ୍ଖ ବଜାଇଲେ ଯାତ୍ରୀ; ଭାରତୀୟ ରେଳବାଇ ରଖିଲା ପ୍ରତିକ୍ରିୟା
- Dhanu Yatra: ବରଗଡ଼ରେ କିଏ ହେବ ନୂଆ କଂସ; ଆରମ୍ଭ ହେଲା ଚୟନ ପ୍ରକ୍ରିୟା
- ରାଜ୍ୟରେ 5T ସ୍କୁଲ୍ ଅର୍ଥ ହେରଫେର ନେଇ ତଦନ୍ତ ହେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
Comments are closed.