Latest Odisha News

BREAKING NEWS

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି ।

କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମ ଶେଷ ତଥା ପିଲାମାନଙ୍କ ମନରେ ଥିବା ସନ୍ଦେହ ପ୍ରଶ୍ନର ସମାଧାନ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛନ୍ତି ସରକାର । କିନ୍ତୁ ସ୍କୁଲ ଖୋଲିବା କ୍ଷଣି ରାଉରକେଲା ସରକାରୀ ସ୍କୁଲର ଶିକ୍ଷକ କରୋନା ପଜିଟିଭ୍ ବାହାରିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏବେ ଏହି ଶିକ୍ଷକମାନେ ସଙ୍ଗରୋଧରେ ଅଛନ୍ତି ।

Leave A Reply

Your email address will not be published.