Latest Odisha News

BREAKING NEWS

ବୀଭତ୍ସ ହତ୍ୟା: ପେଟ୍ରୋଲ ଢାଳି ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଅନୁଗୋଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ସମ୍ପର୍କୀୟ। ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ। ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ।

ମୃତକଙ୍କ ନାଁ ରାଜକିଶୋର ପ୍ରଧାନ। ଘଟଣାସ୍ଥଳରେ ହଣ୍ଡପା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଧିକ ଖୋଳତାଡ କରୁଛି ପୋଲିସ। ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.