Latest Odisha News

BREAKING NEWS

ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ଟିକା ଅଭାବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଦେଖା ଦେଇଛି ଟିକା ଅଭାବ । ଓଡ଼ିଶା ସମତେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ କମ୍ ଭ୍ୟାକ୍ସିନ୍ ରହିଛି । ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ କେତେକ କେନ୍ଦ୍ରରେ ଟିକାକରଣକୁ ବନ୍ଦ କରି ଦିଆଯାଇଛି । କିଛି ରାଜ୍ୟ ଅଭିଯୋଗ କରୁଛନ୍ତି କେନ୍ଦ୍ର ଭେଦଭାବ କରୁଛି । କମ୍ ଟିକା କେନ୍ଦ୍ର ଦେଉଥିବାରୁ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ପଡ଼ୁଛି ।

ଓଡ଼ିଶା

କେନ୍ଦ୍ର ସରକାର ଓଡ଼ିଶାକୁ ଏବେ ଯାଏ ୪୩ ଲକ୍ଷ ୪୪ ହଜାର ୧୪୦ ଡୋଜ୍ ଟିକା ଦେଇଛନ୍ତି । ଯେଉଁଥିରୁ ଓଡ଼ିଶା ୩୭ ଲକ୍ଷ ୮୭ ହଜାର ୫୨୦ ଡୋଜ୍ ଟିକା ବ୍ୟବହାର କରିଛି । ଯାହା ପରେ ରାଜ୍ୟ ପାଖରେ ଆଉ ୫ ଲକ୍ଷ ୫୬ ହଜାର ୬୨୦ ଡୋଜ୍ ଟିକା ବଳକା ଅଛି । ରାଜ୍ୟ ଏପ୍ରିଲ ୧ରୁ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଉଛି ।

ମହାରାଷ୍ଟ୍ର

ମହାରାଷ୍ଟ୍ରକୁ କେନ୍ଦ୍ର ସରକାର ଏବେ ଯାଏ ୬୧ ଲକ୍ଷ ୯ ହଜାର ୧୯୦ ଡୋଜ୍ ଟିକା ଦେଇଛନ୍ତି । ଯେଉଁଥିରୁ ୪୬ ଲକ୍ଷ ୮ ହଜାର ଡୋଜ୍ ଟିକା ମହାରାଷ୍ଟ୍ରରେ ଦିଆଯାଇ ସାରିଛି । ଏବେ ରାଜ୍ୟ ପାଖରେ ୧୫ ଲକ୍ଷ ୮୪୦ ଡୋଜ୍ ଟିକା ରହିଛି । ମହାରାଷ୍ଟ୍ର ଦୈନିକ ୪ ଲକ୍ଷ ଡୋଜ୍ ଟିକାକରଣ କରୁଛି ।

ମଧ୍ୟପ୍ରଦେଶ

ରାଜ୍ୟକୁ କେନ୍ଦ୍ର ସରକାର ଏବେ ସୁଦ୍ଧା ୫୮ ଲକ୍ଷ ୧୯ ହଜାର ୫୩୦ ଡୋଜ୍ ଭ୍ୟାକ୍ସିନ୍ ଦେଇଛନ୍ତି । ଯେଉଁଥିରୁ ୫୦ ଲକ୍ଷ ୧୩ ହଜାର ୩୦୦ ଡୋଜ୍ ଟିକା ବ୍ୟବହାର ହୋଇଛି । ଏବେ ରାଜ୍ୟ ପାଖରେ ୮ ଲକ୍ଷ ୬ ହଜାର ୨୩୦ ଡୋଜ୍ ଟିକା ଉପଲବ୍ଧ ଅଛି । ରାଜ୍ୟରେ ଦୈନିକ ୨ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି ।

ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶକୁ ଏବେ ଯାଏ ୯୨ ଲକ୍ଷ ୯ ହଜାର ୩୩୦ ଡୋଜ୍ ଟିକା ମିଳିଛି । ସେଥିରୁ ରାଜ୍ୟ ୮୩ ଲକ୍ଷ ୨୪ ହଜାର ୯୫୦ ଡୋଜ୍ ବ୍ୟବହାର କରିଥିବା ବେଳେ ରାଜ୍ୟ ପାଖରେ ୮ ଲକ୍ଷ ୮୪ ହଜାର ୩୮୦ ଡୋଜ୍ ଟିକା ଅଛି । ରାଜ୍ୟରେ ଦୈନିକ ସାଢ଼େ ୩ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି ।

ଉତ୍ତରାଖଣ୍ଡ

କେନ୍ଦ୍ର ସରକାର ଉତ୍ତରାଖଣ୍ଡକୁ ଏବେ ଯାଏ ୧୩ ଲକ୍ଷ ୩୬ ହଜାର ୧୦୦ ଡୋଜ୍ ଭ୍ୟାକ୍ସିନ୍ ଦେଇଛନ୍ତି । ଯେଉଁଥିରୁ ୧୧ ଲକ୍ଷ ୬୬ ହଜାର ୯୩୦ ଡୋଜ୍ ଟିକା ବ୍ୟବହାର ହୋଇଛି । ରାଜ୍ୟ ପାଖରେ ଏବେ ୧ ଲକ୍ଷ ୬୯ ହଜାର ୧୭୦ ଡୋଜ୍ ବଳକା ଅଛି । ଦୈନିକ ରାଜ୍ୟରେ ୬୦ ହଜାର ଲୋକଙ୍କୁ ଟିକା ଦିଆଯାଉଛି ।

Leave A Reply

Your email address will not be published.