Latest Odisha News

BREAKING NEWS

ଗାଁରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଅଧିକ ବଖରା ଘର

ଢେଙ୍କାନାଳ : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩୦ରୁ ଅଧିକ ବଖରା ଘର । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଏପରି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପଥରଖମ୍ବ ଗାଁରେ। ନିଆଁ ଲାଗି ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର, ଗାଡି, ସୁନା ଗହଣା ଆଦି ଜଳିପୋଡି ନଷ୍ଟ ହୋଇଯାଇଛି ।

ପାରିବାରିକ କଳହରୁ ଗାଁର ହରିଜନ ସାହିର ଶରତ ନାୟକ ନିଜ ଘରେ ପ୍ରଥମେ ନିଆଁ ଲଗାଇଥିଲେ । ପରେ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବାରୁ ନିଆଁ କ୍ଷଣକରେ ଅନ୍ୟ ଘର ଗୁଡିକୁ ବ୍ୟାପି ଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ହରିଜନ ବସ୍ତିଟି ନିଆଁରେ ଜଳିପୋଡି ଛାରଖାର ହୋଇ ଯାଇଛି । ପୂରା ସାହିରେ ହାହାକାର ଦେଖିବାକୁ ମିଳିଛି ।

ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପରଜଙ୍ଗ ତହସିଲଦାରଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.