Latest Odisha News

BREAKING NEWS

ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି ଯୁବକ, ବୁଡିଗଲା ୧୪.୬ ଅରବ ଡଲାର

ରାତାରାତି କୋଟିପତିରୁ କାଙ୍ଗାଳ ହୋଇଗଲେ  ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ ଫ୍ରାଏଡ । ମାତ୍ର ୨୪ ଘଣ୍ଟାରେ ତାଙ୍କ ସମ୍ପତିର ନେଟ ୱର୍ଥ ୯୪ ପ୍ରତିଶତ ତଳକୁ ଖସି ଆସିଛି । ତାଙ୍କର ମୂଳ ସମ୍ପତ୍ତି ୧୫.୬ ଅରବ ଡଲାର ଥିଲା  । କିନ୍ତୁ ଗୋଟିଏ ଦିନରେ ଏହାର ମୂଲ୍ୟ ୧୪.୬ ଅରବ ଡଲାର  ହ୍ରାସ ପାଇଛି । ଅର୍ଥାତ ଏବେ ତାଙ୍କ ପାଖରେ ୯୯୧.୫ ମିଲିୟନ ଡଲାରର ସମ୍ପତ୍ତି ରହିଛି । ବଲୁମବର୍ଗର ଏକ ରିପୋଟର୍ ଅନୁଯାୟୀ, ପୂବର୍ରୁ ଗୋଟିଏ ଦିନରେ କୌଣସି କୋଟିପତିଙ୍କ ସମ୍ପତିର ମୂଲ୍ୟ ଏତେ ପରିମାଣରେ ହ୍ରାସ ପାଇ ନ ଥିଲା ।

  ୩୦ ବର୍ଷୀୟ ସେମଙ୍କ ଭାଗ୍ୟ ଏମିତି ରସାତଳଗାମୀ ହେବାର ମୁଖ୍ୟ କାରଣ ହେଲା ତାଙ୍କର ଏକ ଘୋଷଣା । ଯେତେବେଳେ ସେ ଘୋଷଣା କଲେ ଯେ, କ୍ରିପଟୋ ଏକ୍ସଚେଞ୍ଜ ଏଫଟିଏକ୍ସକୁ  ପ୍ରତିଦ୍ୱନ୍ଦୀ ବିନାଂଶ କିଣିବାକୁ ଚାହୁଁଛି ସେବେଠାରୁ ଏ  ଦୁର୍ଦ୍ଦଶା ଆରମ୍ଭ ହୋଇଛି ।

ବିଶ୍ୱର ସବୁଠାରୁ କ୍ରିପଟୋ କରେନ୍ସି  ପ୍ଲାଟଫର୍ମ ବିନାଂଶର ମୁଖ୍ୟ ଚାଙ୍ଗପିଙ୍ଗ୍ ଝାଓ  ଟୁଇଟ କରି  କହିଛନ୍ତି, ସେ ଏଫଟିଏକ୍ସକୁ କିଣିବା ପାଇଁ ଡିଲ କରିଛନ୍ତି । ଏହି ଛୋଟ କମ୍ପାନୀ ଏବେ ବଡ ଆର୍ଥିକ ସଂଙ୍କଟ ଦେଇ ଗତି କରୁଥିବା କହିଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ, ଏଫଟିଏକ୍ସ ବିକ୍ରି ଖବର ଆସିବା ମାତ୍ରେ ସେମ ବ୍ୟାଙ୍କମେନଙ୍କ ସମ୍ପତ୍ତି ୧୫,୨ ଅରବ ଡଲାର ଥିଲା । ହେଲେ ରାତାରାତି ଏହାର ମୂଲ୍ୟ ଆଶାତୀତ ହ୍ରାସ ପାଇଥିଲା । ସାମଙ୍କ ପାଇଁ ଏହା ଏକ ବଡ ଝଟକା ଥିଲା ।

ଏଠି କହିରଖିବୁ, ସୋସିଫଆଲ ମିଡିଆରେ ସାମ ଏସବିଏଫ (SBF) ନାମରେ ବେଶ ପରିଚିତ । ସାମଙ୍କ ବାପା ମା ସ୍ଟାନଫ୍ରଡ୍ ୟୁନିର୍ଭସିଟିରେ ପ୍ରଫେସର ଅଛନ୍ତି । ସାମ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି (MIT)ରୁ ଶିକ୍ଷାପ୍ରାପ୍ତ କରିଛନ୍ତି । ୨୦୧୭ରେ କ୍ରିପ୍ଟୋ କରେନ୍ସି ଦୁନିଆରେ ପାଦ ରଖିବା ଆଗରୁ ସେ ଓ୍ୱଲ ଷ୍ଟ୍ରିଟରେ ବ୍ରୋକରର କାମ କରୁଥିଲେ ।

Leave A Reply

Your email address will not be published.