Latest Odisha News

BREAKING NEWS

ସଟସର୍କିଟରୁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : ଖଟଖୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ ବଖରା ଘର । ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଖଟଖୁରା ଗାଁ ନୂଆସାହିର ଜମ୍ବେଶ୍ଵର ବିଶ୍ୱାଳ, ଗୋପାଳ ବିଶ୍ୱାଳ ଓ ସୁବଳ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ପିନ୍ଧା ବସ୍ତ୍ର ବ୍ୟତୀତ ସମ୍ପୂର୍ଣ୍ଣ  ଆସବାପତ୍ର ଓ ଧାନ, ଚାଉଳ, ଆବଶ୍ୟକୀୟ କାଗଜପତ୍ର ଗୁଡିକ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ  ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.