Latest Odisha News

BREAKING NEWS

ହମାସକୁ ନେତନ୍ୟାହୁଙ୍କ ଅଫର: ୧୦ ଜଣ ବନ୍ଧକଙ୍କୁ ଛାଡିଲେ ଗୋଟିଏ ଦିନ ଯୁଦ୍ଧ ବିରତି

ତେଲ ଅବିବ: ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ  । ପାଲେଷ୍ଟାଇନର ହମାସ ଗ୍ରୁପ ଏବେ ବି ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ଭାବେ ରଖିଛି । ଇତିମଧ୍ୟରେ ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ ଆଲୋଚନା ସକାରାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି ଯୁଦ୍ଧ ବିରତି ବଦଳରେ ହମାସ ଇସ୍ରାଏଲରୁ ବନ୍ଧକ ଭାବେ ରଖିଥିବା ୫୦ ଜଣଙ୍କୁ ଛାଡିବ ବୋଲି ଚୁକ୍ତି ହୋଇଛି । ଅନ୍ୟପକ୍ଷେ ଇସ୍ରାଏଲ ତାର ଜେଲରେ ରଖିଥିବା ୧୫୦ ପାଲେଷ୍ଟାଇନ ବନ୍ଧକଙ୍କୁ ଛାଡିବ ବୋଲି କହିଛି । ଏହାବ୍ୟତୀତ ଗାଜାକୁ ଅଧିକ ମାନବୀୟ ସହାୟତା ପାଇଁ ଅନୁମତି ଦେବ ବୋଲି କହିଛି । ତେବେ ସିଜଫାୟାର ଏବଂ ବନ୍ଧକଙ୍କ ମୁକ୍ତି ଶୁକ୍ରବାର ଯାଏ ସ୍ଥଗିତ ରଖାଯାଇଛି ।

BjdElectrycity

ଇସ୍ରାଏଲ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ନିର୍ଦ୍ଦେଶକ ତଜାଚୀ ହାନଗେବୀ ବୁଧବାର କହିଛନ୍ତି, ବନ୍ଧକଙ୍କ ମୁକ୍ତି ପାଇଁ ଏବେ ଉଦ୍ୟମ କରୁଛୁ । ଏ ନେଇ ବୁଝାମଣା ଚାଲିଛି । ତେବେ ଶୁକ୍ରବାର ପୂର୍ବରୁ ଏହା ହେଉ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ, ହମାସ ଚାରି ଦିନରେ ୫୦ ବନ୍ଧକଙ୍କୁ ଛାଡିବ ଯେଉଁଥିରେ ମହିଳା ଏବଂ ଶିଶୁ ରହିବେ । ଏମାନଙ୍କ ମଧ୍ୟରେ ୩ ଜଣ ଆମେରିକୀୟ ମଧ୍ୟ ଅଛନ୍ତି । ଏହି ବନ୍ଧକଙ୍କ ବଦଳରେ ଇସ୍ରାଏଲ ଜେଲରେ ବନ୍ଦୀଥିବା ୩ ଜଣ ପାଲେଷ୍ଟାଇନୀୟଙ୍କୁ ଛାଡିବ ଇସ୍ରାଏଲ । ଏମିତି ହିସାବ କଲେ ପ୍ରାୟ ୧୫୦ ପାଲେଷ୍ଟାଇନୀୟଙ୍କୁ ଛଡାଯିବ ।

ତେବେ ଏସବୁ ଭିତରେ ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହମାସ ସାମ୍ନାରେ ନୂଆ ସର୍ତ୍ତ ରଖିଛନ୍ତି । ଗତ ମଙ୍ଗଳବାର କହିଛନ୍ତି, ଚୁକ୍ତି ବାଦ ଯଦି ହମାସ ଅତିରକ୍ତ ବନ୍ଧକଙ୍କୁ ମୁକ୍ତି ଦିଏ ତେବେ ପ୍ରତି ଯୁଦ୍ଧ ବିରତି ଘୋଷଣା କରିବ ଇସ୍ରାଏଲ । ପ୍ରତି ୧୦ ଅତିରିକ୍ତ ବନ୍ଧକଙ୍କ ମୁକ୍ତି ପାଇଁ ଅତିରିକ୍ତ ଗୋଟିଏ ଦିନ ଯୁଦ୍ଧ ବିରତି କରିବ ବୋଲି କହିଛନ୍ତି ନେତନ୍ୟାହୁ । ଯଦି ବନ୍ଧକଙ୍କ ମୁକ୍ତି ପ୍ରଥମ ପର୍ଯ୍ୟାୟ ଚୁକ୍ତି ଅନୁସାରେ ହୁଏ ତେବେ ହମାସ ଦ୍ୱାରା ଆଉ ୨୦ ବନ୍ଧକଙ୍କୁ ଛାଡି ଦିଆ ଯାଇପାରେ ।

Leave A Reply

Your email address will not be published.