Latest Odisha News

ଆଜି ୪ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଲଗାତର ୧୦ ରୁ ୧୨ ଦିନ ଧରି ୪ ହଜାର ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି। ରାଜ୍ୟର ୩୦ ଜିଲ୍ଳାରୁ ଆଜି ୩୯୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧୩ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪କୁ ବୃଦ୍ଧି ପାଇଛି ।

ଆଜି ବି ଟପ୍‌ରେ ରହିଛି ଖୋର୍ଦ୍ଧାରୁ । ଖୋର୍ଦ୍ଧାରୁ ଆଜି ସର୍ବାଧିକ ୮୧୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮୦, କେନ୍ଦୁଝରରୁ ୨୧୨ ଅନୁଗୁଳରୁ ୨୦୦ ପଜିଟିଭ ବାହାରିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୪ ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ପୁରୀରୁ ୧୮୪, ବରଗଡ଼ରୁ ୧୫୪, ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୩, ସମ୍ବଲପୁରରୁ ୧୧୭, ନୂଆପଡ଼ାରୁ ୧୧୪, ଝାରସୁଡ଼ାରୁ ୧୦୯, କେନ୍ଦ୍ରାପଡ଼ାରୁ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୦୩, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୭୨, ଭଦ୍ରକରୁ ୫୧, ବଲାଙ୍ଗୀରରୁ ୮୫, ବୌଦ୍ଧରୁ ୪୮, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୭୬, ଗଜପତିରୁ ୨୨, ଗଂଜାମରୁ ୩୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କୋରାପୁଟରୁ ୬୯, ମାଲକାନଗିରିରୁ ୬୯, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୪୮, ସୋନପୁରରୁ ୨୫ ଏବଂ ଷ୍ଟେଟପୋଲରୁ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୦ ହଜାର ୧୯୩ ଜଣ । ଏବେ କରୋନା ସଂକ୍ରମଣରେ ଚିକିତ୍ସିତ ହେଉଛନ୍ତିୀ ୩୮ ହଜାର ୩୩୧ଜଣ ।

Leave A Reply

Your email address will not be published.