Latest Odisha News

BREAKING NEWS

ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବଢିଲା ଅଡୁଆ, ବିଦେଶ ଯାତ୍ରାରେ ଲାଗିବ କଟକଣା

ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ବିଦେଶ ଯାତ୍ରାରେ ଏବେ କଟକଣା ଲାଗିବାକୁ ଯାଉଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ନିକଟକୁ ଏକ ପଠାଯାଇଛି ।

ଉକ୍ତ ପ୍ରସ୍ତାବ ଅନୁଯାୟୀ ସମସ୍ତ ବିଧାୟକ ତଥା ମନ୍ତ୍ରୀମାନଙ୍କୁ ନିଜର ବିଦେଶ ଯାତ୍ରା ପୂର୍ବରୁ ତଥା ପ୍ରାୟ ୩ ସପ୍ତାହ ଆଗରୁ ଏନେଇ କ୍ଲିୟରାନ୍ସ ଦେବାକୁ ପଡିବ ।

ଏନେଇ ପତ୍ର ମାଧ୍ୟମରେ ଏକ ନିଦେ୍ର୍ଧଶାନାମା କେନ୍ଦ୍ରର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ତଥା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଦିଆଯାଇଛି ।

ଉକ୍ତ ଚିଠିରେ ଉଲ୍ଲେଖ ରହିଛି, ବିଭିନ୍ନ ରାଜ୍ୟର ବିଧାୟକ, ସରକାରୀ କର୍ମଚାରୀ ତଥା ମନ୍ତ୍ରୀମାନେ ବିଦେଶ ଗସ୍ତରେ ଯିବା ପୂର୍ବରୁ ଗସ୍ତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରୁନାହାଁନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.