Latest Odisha News

BREAKING NEWS

ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଚାଲିଥିବା ଲୋକସଭା ନିର୍ବାଚନରେ କୌଣସି ଅପ୍ରୀତିକର ଦୁର୍ଘଟଣା ଯେପରି ନଘଟେ ସେଥିପାଇଁ ଚାରିଆଡେ ସୁରକ୍ଷାକର୍ମୀଙ୍କର ଜୋରଦାର ଚଢାଉ ଜାରି ରହିଛି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସେପଟେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ହୋଇଛି ଏହି ଏନ୍‌କାଉଣ୍ଟର । ଆବୁଜମାଡ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ଖବର ବିଶେଷ ସୁତ୍ରରୁ ପାଇଥିଲେ ସୁରକ୍ଷାକର୍ମୀ । ମିଳିଥିବା ଖବରକୁ ଆଧାର କରି ଡିଆରଜି, ଏସଟିଏଫର ମିଳିତ ଟିମ୍ ଆବୁଜମାଡ଼ ଜଙ୍ଗଲରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲେ । କମ୍ବିଂ ଅପରେଶନ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ପାଲଟା ଉତ୍ତରରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳିଚାଳନା କରିଥିଲେ ।

ଦୀର୍ଘ କିଛି ସମୟ ଧରି ଉଭୟ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସେପଟେ ଏନକାଣ୍ଟର ପରେ ଘଟଣାସ୍ଥଳ ଛାଡି ପଳାୟନ କରିଛନ୍ତି ଅନ୍ୟ ମାଓବାଦୀମାନେ । ସେପଟେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

 

Leave A Reply

Your email address will not be published.