Latest Odisha News

BREAKING NEWS

ତାତିରୁ ନିସ୍ତାର ନାହିଁ, ସକାଳ ସାଢ଼େ ୮ ସୁଦ୍ଧା ଟପିଲା ୩୮ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଲା । ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ । ତାଳଚେର ୩୭.୮, ବାଲେଶ୍ବର ୩୬.୬, କେନ୍ଦୁଝର ୩୬.୪ ଡିଗ୍ରୀ ରହିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ ।

ମାତ୍ରାଧିକ ତାପମାତ୍ରା ଏବେ ଏପ୍ରିଲ୍ ମାସରେ ଦେଖିବାକୁ ମିଳିଛି । ଏହି ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ତାତି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ। ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ଉପରେ ପାରଦ । କଟକରେ ୩୫. ୮, ଭଦ୍ରକ ଓ ରାଉରକେଲାରେ ୩୫ , ଭବାନୀପାଟଣାରେ ୩୪. ୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪. ୬ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ହୀରାକୁଦରେ ୩୪. ୪, ଚାନ୍ଦବାଲିରେ ୩୪. ୨, ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ନେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।

 

Leave A Reply

Your email address will not be published.